Odiapua.com

ବସ ତଳକୁ ଖସିପଡ଼ିଲା, ୨୯ ମୃତ ୧୫ ଗୁରୁତର

ନୂଆ ଦିଲ୍ଲୀ ୮-୭ (ଓଡ଼ିଆ ପୁଅ) ଅନିୟନ୍ତ୍ରିତ ଜନରଥ ବସ ଯମୁନା ଏକ୍ସପ୍ରେସୱେରୁ ତଳକୁ ଖସିପଡଡ଼ିଲା। ୨୯ଜଣଙ୍କର ମୃତ୍ୟୁ ହୋଇଛି। ବସ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଚାଲିଛି।

ସୂଚନାଯୋଗ୍ୟଯେ, ଆଗରାର ଥାନା ଏତାମଦପୁର କ୍ଷେତ୍ର ନିକଟରେ ଯମୁନା ଏକ୍ସପ୍ରେସୱେରେ ସୋମବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣାରେ ୨୯ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୧୭ଜଣ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ଥାନା ଏତମାଦପୁର କ୍ଷେତ୍ରର ଝରନା ନଳା ନିକଟରେ ହୋଇଛି। ଅବଧ ଡିପୋ ଜନରଥ ବସ ଏକ୍ସପ୍ରେସୱେର ରେଲିଂଗ ଭାଙ୍ଗି ୫୦ ଫୁଟ ତଳକୁ ନଳାରେ ଖସିପଡ଼ିଛି। ଦୁର୍ଘଟଣା ସମୟରେ ବସରେ ୪୪ ଜଣ ଲୋକ ଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୨୯ଜଣଙ୍କର ଶବକୁ ବାହାର କରାଯାଇଛି। କୁହାଯାଉଛି କି ମୃତକଙ୍କର ସଂଖ୍ୟା ବଢ଼ିପାରେ।

ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରୀ ଅଛି। ଖାଲରେ ପାଣି ଭରିଥିବା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଆସୁଛି। ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। କୁହାଯାଇପାରେଯେ, ବସ ଲକ୍ଷ୍ନୌରୁ ଗାଜିଆବାଦ ଯାଉଥିଲା। ଦୁର୍ଘଟଣା ସ୍ଥଳରେ ଡିଏମ ଏବଂ ଏସଏସପିଙ୍କ ସହିତ ଅନେକ ବରିଷ୍ଠ ଅଫିସର ଉପସ୍ଥିତ ଅଛନ୍ତି।

ମୃତକଙ୍କ ମଧ୍ୟରେ ଶିଶୁ ଏବଂ ମଳିଳା ଅଛନ୍ତି ବୋଲି କୁହାଯାଉଛି। ଏସଏସପି ବବଲୁ କୁମାର କହିଛନ୍ତି କି ଲକ୍ଷ୍ନୌ ରୁ ଦିଲ୍ଲୀ ଆଡ଼କୁ ଯାତ୍ରା କରୁଥିବା ବସ ଯମୁନା ଏକ୍ସପ୍ରେସର ରେଲିଂଗ ଭାଙ୍ଗି ନାଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଜଣ ଲୋକଙ୍କର ଶବ ବାହାର କରାଯାଇଛି। ଆହତମାନଙ୍କୁ ଅଲଗା-ଅଲଗା ହସ୍ପିଟାଲରେ ଭର୍ତି କରାଯାଇଛି। ଦୁର୍ଘଟଣାରେ ୨୯ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏମାନଙ୍କ ମଧ୍ୟରେ ଶିଶୁ ମଧ୍ୟ ସାମିଲ ଅଛନ୍ତି। ଏସଏସପି କହିଛନ୍ତି କି ହୋଇପାରେ ଡ୍ରାଇଭରକୁ ନିଦ ଆସିଯିବା କାରଣରୁ ଦୁର୍ଘଟଣା ହୋଇଛି। ବର୍ତ୍ତମାନ ରେସ୍କ୍ୟୁ ଅପରେଶନ ପ୍ରାୟତଃ ପୂରା ହୋଇଛି। ଲୋକମାନଙ୍କର ଦ୍ରବ୍ୟରୁ ମୃତକମାନଙ୍କର ପରିଚୟ ଜାଣିବା ପାଇଁ ଚେଷ୍ଟା କରାଯାଉଛି।

ଆଗରାର ଜିଲାଧିକାରୀ ଏନଜି ରବି କୁମାର ମଧ୍ୟ କହିଛନ୍ତି କି ଏହି ଦୁର୍ଘଟଣାରେ ୨୯ ଜଣଙ୍କର ଶବ ବାହାର କରାଯାଇଛି। ଏକ ଘଣ୍ଟା ମଧ୍ୟରେ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ। ସେ କହିଛନ୍ତି କି ଲାଳରେ ପାଣି ହେବା କାରଣରୁ ମୃତକଙ୍କ ସଂଖ୍ୟା ଅଧିକ ହୋଇପାରେ।

ମୁଖ୍ୟମନ୍ତ୍ରୀଙ୍କର ସହାୟତା ରାଶି ଘୋଷଣା

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କର ପରିଜନମାନଙ୍କୁ ପାଞ୍ଚ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ରାଶିର ଘୋଷଣା କରିଛନ୍ତି। ଏହା ସହିତ ଏହି ବଡ଼ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ଉଦ୍ଧାର କାର୍ଯ୍ୟ କାର୍ଯ୍ୟରେ ତେଜୀ ଆଣିବାକୁ ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି କି ଆହତମାନଙ୍କୁ ସମୁଚିତ ଚିକିତ୍ସା ଯୋଗାଇଦିଆଯିବ।