Odiapua.com

ଦୁଇଟି ଘରୋଇ ବସ ଦୁର୍ଘଟଣା: ୨୩ ଯାତ୍ରୀ ଆହତ

ବ୍ରହ୍ମପୁର ୨୭-୧୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆଜି ଭୋରରେ ସୁରଳ ଛକ ଜାତୀୟ ରାଜପଥରେ କୁହୁଡି ଯୋଗୁଁ ଦୁଇଟି ଘରୋଇ ବସ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। କୁହୁଡି ଯୋଗୁଁ ଖମ୍ବେଶ୍ୱରୀ ବସ ଚାଳକ ଅନ୍ୟ ଘରୋଇ ବସର ଇଣ୍ଡିକେଟର ଲାଇଟ ଦେଖି ପାରିନଥିବା କୁହାଯାଇଛି। ଗୋଳନ୍ଥରା ଥାନା ପୋଲିସ ଘଟଣା ସ୍ଥଳରେ ତଦନ୍ତ ଚଳାଇଛନ୍ତି।