Odiapua.com

ମାଲକାନଗିରିରେ IED ବିସ୍ଫୋରଣ: ଜଣେ ଯବାନ ଆହତ

ମାଲକାନଗିରି ୨୧-୨ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଲଦଲିରେ IED ବିସ୍ଫୋରଣ ହୋଇଇଥିବା ଜଣାପଡ଼ିଛି। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି। ମାଓ ଦମନ ପାଇଁ BSF ଓ ପୋଲିସ ଦ୍ୱାରା ମିଳିତ ସର୍ଚ୍ଚ ଅପରେସନ ସମୟରେ ଏହି ବିସ୍ଫୋରଣ ଘଟିଥିବାର ସୂଚନା। ମାଥିଲି ଥାନା ଗୁଗାପଦରରେ ଏହି ବିସ୍ଫୋରଣ ହୋଇଛି। ଯବାନ ଜଣକ ଗୁରୁତର ଥିବାରୁ ହେଲିକପ୍ଟର ଯୋଗେ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ଯବାନଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଏ ସଂପର୍କରେ BSF କିମ୍ବା ପୋଲିସ ପକ୍ଷରୁ କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳିପାରିନାହିଁ।