Odiapua.com

ସମ୍ଭାବ୍ୟ ବାତ୍ୟା ଏବଂ କରୋନା ପରିସ୍ଥିତିକୁ ଦେଖି ମାଟ୍ରିକ ଟାବୁଲେସନ ପ୍ରକ୍ରୀୟା ସପ୍ତାହେ ଆଗକୁ ବଢ଼ିଲା

ଭୁବନେଶ୍ୱର ୨୧-୫ (ଓଡ଼ିଆ ପୁଅ) ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ), ସମ୍ବାବ୍ୟ ବାତ୍ୟା ୟାସ୍ କୁ ଦୃଷ୍ଟିରେ ରଖି ଟ୍ୟାବୁଲେସନ୍ ରେଜିଷ୍ଟର ମାର୍କ ଅପଲୋଡ କରିବା ସମୟସୀମା ବୃଦ୍ଧି କରିଛି। ମାର୍କ ଅପଲୋଡ୍ ତାରିଖ ମଧ୍ୟ ମଇ ୨୪ ରୁ ମଇ ୩୧ ମଧ୍ୟରେ ଥିଲା ଯାହାକି ମଇ ୨୯ ରୁ ଜୁନ୍ ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏ ନେଇ ବୋର୍ଡ଼ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ବାତ୍ୟା ଏବଂ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ମାର୍କ ଅପଲୋଡ୍ କାର୍ଯ୍ୟକଳାପର କାର୍ଯ୍ୟସୂଚୀରେ ତାରିଖର ସମୟସୀମାକୁ ଆଗକୁ ବଢ଼ାଇଦିଆଯାଇଛି।

ବିଜ୍ଞପ୍ତି ଅନୁଯାୟୀ,

ମଇ ୨୮ ମଧ୍ୟରେ DEO ଏବଂ ସ୍କୁଲର ପ୍ରଧାନ ଶିକ୍ଷକ, ମେଣ୍ଟର ସ୍କୁଲ ସ୍କୁଲର ହେଡମାଷ୍ଟର ଟାବୁଲେସନ୍ ରେଜିଷ୍ଟରର ଯାଞ୍ଚ ଶେଷ କରିବେ।

ମେଣ୍ଟର ସ୍କୁଲ ସ୍କୁଲର ହେଡମାଷ୍ଟରଙ୍କ ଦ୍ୱାରା ମାର୍କ ଅପଲୋଡ୍ ୨୯ ରୁ ଜୁନ୍ ୭ ମଧ୍ୟରେ କରିବେ।