Odiapua.com

ପୁରୀରେ ପୁଣି ଧଳା ଜହର ଜବତ

ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀରେ ପୁଣି ଧଳା ଜହର ଜବତ ହୋଇଛି। ପିପିଲି ହରିପୁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଠାରୁ ୩୦ ଗ୍ରାମ ଓ ଡ଼େଲାଙ୍ଗ ଥାନା ସେବକ ସାହି ପାଟଣାର ରାମଚନ୍ଦ୍ର ବେହେରାଙ୍କ ଠାରୁ ୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ବଜାର ଦର ୧୧ଲକ୍ଷ ଟଙ୍କା ହେବ। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧ୍ୟକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଆଜି ସକାଳୁ ଅବକାରୀ ଟିମ ଚଢ଼ାଉ କରିଥିଲେ।