Odiapua.com

ଗଞ୍ଜେଇ ଟାଣିବାକୁ ମନା କରିବାରୁ ଦେହରେ ନିଆଁ ଲଗାଇ ଦେଲା ଯୁବକ!

ଭୁବନେଶ୍ୱର/ଅନୁଗୁଳ: ଗଞ୍ଜେଇ ଟାଣିବାକୁ ବାରଣ କରିବାରୁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରି ଜଣେ ଯୁବକ ଗୁରୁତର ଆହତ ହୋଇଛି।ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗ୍ରାମରେ।ମୁନା ଗୋଛାୟତ ନାମକ ଜଣେ ଯୁବକଙ୍କୁ ଗଞ୍ଜେଇ ନ’ ଟାଣିବାକୁ ତା’ର ସାଙ୍ଗ ବୁଝାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲା ମୁନା।ସେଠାରେ ଉପସ୍ଥିତ ଥିବା ଲୋକ ତାଙ୍କ ଦେହରୁ ନିଆଁ ଲିଭାଇ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ଯାଇଥିଲେ।ମୁନାଙ୍କ ଶରୀରର ୪୦ ରୁ ୫୦ % ଜଳି ଯାଇଛି ଏବଂ ଏବେ ସେ ଚିକିତ୍ସାଧୀନ ଅଛନ୍ତି।//ଦେବଦତ୍ତ ରଥ