Odiapua.com

ବକ୍ସିଂରେ ଭାରତର ପଦକ ନିଶ୍ଚିତ: ଲଭଲିନା ଚାଇନାର ନିଏନ୍ ଚିନ୍ ଚେନ୍‌ ଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ

ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) ବକ୍ସିଂରେ ଲଭଲିନା ବୋରଗୋହାନ, ମହିଳା ୬୯ କିଲୋଗ୍ରାମ କ୍ୱାର୍ଟରଫାଇନାଲ ମ୍ୟାଚରେ ଜିତିଛନ୍ତି। ଏହା ସହ ଟୋକିଓ ଅଲିମ୍ପିକ୍ସରେ ଭାରତର ଆଉ ଏକ ପଦକ ନିଶ୍ଚିତ ହୋଇଛି।

୬୯ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଭାରତର ଲଭଲିନା ଚାଇନାର ନିଏନ୍ ଚିନ୍ ଚେନ୍‌ ଙ୍କୁ ହରାଇଛନ୍ତି।

ଲଭଲିନା ବୋରୋଗେନ୍ ଟୋକିଓ ଅଲିମ୍ପିକ୍ସରେ ଭାରତର ଦ୍ୱିତୀୟ ପଦକ ନିଶ୍ଚିତ କରିଛନ୍ତି ଏବଂ ସେମିଫାଇନାଲରେ ପ୍ରବେଶ କରିଛନ୍ତି; ମେରି କୋମଙ୍କ ପରେ ଦ୍ୱିତୀୟ ଭାରତୀୟ ମହିଳା ଲଭଲିନା ବକ୍ସିଂରେ ପଦକ ଜିତିବେ।

୬୯ କିଲୋଗ୍ରାମ ବକ୍ସିଂ ଇଭେଣ୍ଟରେ ସେମିଫାଇନାଲକୁ ଯାତ୍ରା କରି ଲଭଲିନା ଇତିହାସ ସୃଷ୍ଟି କରିଛନ୍ତି। ଲଭଲିନା ହେଉଛନ୍ତି ଭାରତର ପ୍ରଥମ ମହିଳା ଖେଳାଳି ଯିଏକି ଏହି ବର୍ଗରେ ପଦକ ଜିତିଛନ୍ତି। ତେବେ ଭାରତ ପାଇଁ ବକ୍ସିଂରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାର ଏକ ସୁଯୋଗ ରହିଛି। କିନ୍ତୁ ଏଥିପାଇଁ ଲଭଲିନାଙ୍କୁ ଆଉ ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ।