Odiapua.com

୧୧ ଲକ୍ଷ ରେଳବାଇ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କର ପୂଜା ଭେଟି, ସରକାର ଦେବେ ୭୮ ଦିନର ବୋନସ

ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅଧ୍ୟକ୍ଷତାରେ ବୁଧବାରଦିନ ହୋଇଥିବା କ୍ୟାବିନେଟର ବୈଠକରେ ରେଳବାଇ କର୍ମଚାରୀମାନଙ୍କ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ବୈଠକରେ ନିଷ୍ପତି ହୋଇଛି କି ୧୧ ଲକ୍ଷରୁ ଅଧିକ ରେଳବାଇ କର୍ମଚାରୀମାନଙ୍କୁ ୭୮ ଦିନର ଦରମା ବୋନସ ଆକାରରେ ଦିଆଯିବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ରେଳବାଇ କର୍ମଚାରୀମାନଙ୍କୁ ବୋନସର ଏହି ଟଙ୍କା ବେତନ ଆକାରରେ ଦିଆଯିବ।

୨୦୨୪ କୋଟି ଟଙ୍କା ଖର୍ଚ୍ଚ ହେବ

ରେଳବାଇ କର୍ମଚାରିମାନଙ୍କୁ ବୋନସ ଦେବା ପାଇଁ ସରକାରଙ୍କୁ ସର୍ବମୋଟ ୨୦୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା କ୍ରମାଗତଭାବେ ଷଷ୍ଠ ବର୍ଷ ସରକାରଙ୍କ ତରଫରୁ ଏହିପରି ବୋନସର ଘୋଷଣା କରାଯାଇଛି। ସୂଚନାଯୋଗ୍ୟଯେ, ବର୍ତ୍ତମାନ ଭାରତୀୟ ରେଳବାଇରେ ପ୍ରାୟତଃ ୧୧.୫୨ ଲକ୍ଷ କର୍ମଚାରୀ କାମ କରୁଛନ୍ତି। ଏହି ନିଷ୍ପତି ପରେ ଫାଇଦା ସମସ୍ତଙ୍କୁ ମିଳିବ।