Odiapua.com

ରାଉରକେଲା: ପୂର୍ବତନ କାଉନସିଲରଙ୍କୁ ବୋମାମାଡ଼ ଘଟଣାରେ ୩ ଗିରଫ

ରାଉରକେଲା: ୭-୨ (ଓଡ଼ିଆ ପୁଅ) ରାଉରକେଲା ଉଦିତ ନଗର ଥାନା ବାସନ୍ତୀ କଲୋନିରେ ବୋମା ମାଡ଼ରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତି ଓରଫ ଵୁଲୁ ମହାନ୍ତି ଗୁରୁତର ହୋଇ ଆଇଜିଏଚ୍‌ରେ ଚିକିତ୍ସିତ ହେଉଛନ୍ତି। ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତ୍ରୁତାରୁ ବୋମା ମାଡ଼ କରିଥିବା ସନ୍ଦେହ କରାଯାଉଛି।

ବୋମାମାଡ଼ ସ୍ଥାନରେ କାଲିଠୁ ଏକ ଅଫୁଟା ବୋମା ପଡ଼ିଥିବାରୁ ଏହାକୁ ଆଜି ନିଷ୍କ୍ରିୟ କରିଛନ୍ତି ବୋମା ନିଷ୍କ୍ରିୟକାରୀ ଟିମ୍।

ଏହି ଘଟଣାରେ ପୋଲିସ୍ ତଦନ୍ତ ଜାରୀ ରଖିଥିବା ବେଳେ, ୩ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ପ୍ରାଥମିକ ଖବର ମିଳିଛି।