Odiapua.com

ଆଜି ବହୁ ଚର୍ଚ୍ଚିତ ଗୁଲଶନ କୁମାର ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ରାୟ ପ୍ରକାଶ କରିବେ

ମୁମ୍ବାଇ ୧-୭ (ଓଡ଼ିଆ ପୁଅ) ଆଜି ସକାଳ ୧୦.୩୦ ରେ ଗୁଲଶନ କୁମାର ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ରାୟ ପ୍ରକାଶ କରିବେ। ଜଷ୍ଟିସ୍ ଯାଦବ ଏବଂ ବୋରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ରାୟ ଶୁଣାଇବେ।

ମୋଟ ଚାରିଟି ଆବେଦନ ହାଇକୋର୍ଟରେ ତାଲିକାଭୁକ୍ତ ହୋଇଛି। ଅଭିଯୁକ୍ତ ରାଉଫ ମର୍ଚାଣ୍ଟ, ରାକେଶ ଚଞ୍ଚାୟା ପିନ୍ନାମ ଏବଂ ରାକେଶ ଖୋକରଙ୍କ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଅନ୍ୟ ଏକ ମାମଲା ମହାରାଷ୍ଟ୍ର ସରକାରଙ୍କ ତରଫରୁ ରମେଶ ତୌରାନୀ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବିରୁଦ୍ଧରେ କରାଯାଇଥିଲା।

ସୂଚନାଯୋଗ୍ୟଯେ, ଟି-ସିରିଜ୍ ମ୍ୟୁଜିକ୍ ର ପ୍ରତିଷ୍ଠାତା ତଥା ବଲିଉଡ୍ ଚଳଚ୍ଚିତ୍ର ନିର୍ମାତା ଗୁଲଶାନ୍ କୁମାରଙ୍କୁ ଅଗଷ୍ଟ ୧୯, ୧୯୯୭ ରେ ଜୁହୁରେ ହତ୍ୟା କରାଯାଇଥିଲା।

ତାଙ୍କ ହତ୍ୟା ମାମଲାରେ ଅନେକ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।