Odiapua.com

ଏବେ ଏଇ ନୂଆ ମହିଳା କ୍ରିକେଟ ଖେଳାଳି କିଏ ? ନେଟ ପ୍ରାକ୍ଟିସ୍ ସମୟରେ ତାଙ୍କର ଭାଇରାଲ ଭିଡ଼ିଓ

ନୂଆ ଦିଲ୍ଲୀ ୬-୧୦ (ଓଡ଼ିଆ ପୁଅ) ଜାନଭୀ କପୁର ଜଣେ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ। ନିକଟ ଅତୀତରେ ‘ରୁହି’ ଏବଂ ‘ଗୁଞ୍ଜନ ସାକ୍ସେନା’ ପରି ଅନେକ ଭଲ ସିନେମାରେ କରିଛନ୍ତି ଅଭିନୟ। ସେ ଏବେ “ମିଷ୍ଟର ଏବଂ ମିସେସ ମାହି” ରେ ଜଣେ ମହିଳା କ୍ରିକେଟ ଖେଳାଳି ଚରିତ୍ରରେ ଅଭିନୟ କରିବେ। ତେଣୁ ନେଟ ପ୍ରାକ୍ଟିସ୍ ଏବେ ଖୁବ କରୁଛନ୍ତି।

ଜାନଭୀ କପୁର ଗତ ବର୍ଷ ଏହି ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଥିଲେ ଏବଂ ସେବେଠାରୁ ଏଥି ପାଇଁ ପ୍ରସ୍ତୁତ ହୋଇଆସୁଛନ୍ତି। ବଲିଉଡ଼ର ପାପାରାଜିମାନେ ଜାନଭୀଙ୍କ କ୍ରିକେଟ୍ ଖେଳିବା କିମ୍ବା ଅଭ୍ୟାସ କରିବାର ଅନେକ ଭିଡ଼ିଓ ପୋଷ୍ଟ କରିଛନ୍ତି।

ଏବେ ଜାହ୍ନବୀ କପୁରଙ୍କ ନେଟରେ ଅଭ୍ୟାସ କରୁଥିବା ଏକ କ୍ଲିପ୍ ପୋଷ୍ଟ ଏବେ ବେଶ୍ ଭାଇରାଲ ହେଉଛି। ସେ ଏପରିକି କିଛି ଭଲ ସଟ୍ ମଧ୍ୟ ଖେଳିବାର ଦେଖାଯାଉଛନ୍ତି।

ପ୍ରଶଂସକମାନେ ତାଙ୍କ ଉଦ୍ୟମକୁ ପ୍ରଶଂସା କରୁଛନ୍ତି ଏବଂ ସଟ୍ ଖେଳିବାବେଳେ ସେ ଜଣେ ପେସାଦାର ଖେଳାଳି ପରି ଦେଖାଯାଉଛନ୍ତି ବୋଲି କହିବାକୁ ଭୁଲୁନାହାଁନ୍ତି। ନେଟରେ ଖେଳିବା ସମୟରେ ଜାନଭୀଙ୍କ ଗୋଡରେ ପ୍ୟାଡ ଏବଂ ହ୍ୟାଣ୍ଡ ଗ୍ଲୋଭସ୍ ଥିଲା। ସେ ଏକ ଟେନିସ୍ ବଲ୍ ରେ ଖେଳୁଥିବାର ଦେଖିବାକୁ ମିଳିଛି।

https://twitter.com/Kaman_edits/status/1577539280829751298