Odiapua.com

କନିକା କପୁରଙ୍କ ପରେ ପ୍ରତିଷ୍ଠିତ ବଲିଉଡ୍‌ ଅଭିନେତା କରୋନା ସଂକ୍ରମିତ

ନୂଆଦିଲ୍ଲୀ ୨୪-୫ (ଓଡ଼ିଆ ପୁଅ) : ଭେଟେରାନ୍ ଅଭିନେତା କିରଣ କୁମାର ଶନିବାର ରାତିରେ ପ୍ରକାଶ କରିଛନ୍ତି ଯେ ସେ କରୋନାଭାଇରସ୍ ସଂକ୍ରମିତ। ତାଙ୍କର ଚେଷ୍ଟ ପଜିଟିଭ୍ ଆସିଛି। ଗତ ୧୦-୧୨ ଦିନ ଧରି ସେ ଘରେ ଅଛନ୍ତି। ତାଙ୍କର ଏହି ଭୂତାଣୁର କୌଣସି ଲକ୍ଷଣ ନଥିଲା, କିନ୍ତୁ ଡାକ୍ତରଖାନାରେ ସାମାନ୍ୟ ଚିକିତ୍ସା ସମୟରେ ଜଣାପଡ଼ିଲାଯେ, ସେ କରୋନା ପଜିଟିଭ୍। ଏହା ପରେ କିରଣ କୁମାର ନିଜେ ନିଜକୁ କ୍ୱାରେଣ୍ଟାଇନ୍ କରିଥିଲେ।

ଗଣମାଧ୍ୟମକୁ କିରନ୍ କୁମାର ପ୍ରକାଶ କରିଛନ୍ତିଯେ, ତାଙ୍କର କୌଣସି ଜ୍ୱର ନାହିଁ, କାଶ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ନାହିଁ। ୧୦ ଦିନ ବିତିଗଲାଣି ଏବଂ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି।

୭୪ ବର୍ଷୀୟ ଅଭିନେତା ତାଙ୍କ ପତ୍ନୀ ସୁଷମା ଏବଂ ଦୁଇ ସନ୍ତାନଙ୍କ ସହ ମୁମ୍ବାଇରେ ରୁହନ୍ତି। ସେ ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ଅଭିନୟ କରିଛନ୍ତି।