Odiapua.com

ସଂଗୀତାଙ୍କ ଅଭିଯୋଗ: ଲୋକସଭାରେ ତାଙ୍କ ଉପରେ ଆକ୍ରମଣ ହୋଇଛି କିନ୍ତୁ ବିରୋଧି ସାଂସଦ କହିଲେ ସେ ଦଳିତ ହୋଇଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଛି

ନୂଆ ଦିଲ୍ଲୀ ୩-୩ (ଓଡ଼ିଆ ପୁଅ) ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓଙ୍କୁ ଲୋକସଭାରେ ଆକ୍ରମଣ ହୋଇଛି ବୋଲି ଅଭିଯୋଗ ହୋଇଛି। ବିରୋଧୀ ଦଳ କଂଗ୍ରେସର ଦୁଇ ମହିଳା ସାଂସଦ ରାମ୍ୟା ହରିଦାସ (କେରଳ) ଓ ଜ୍ୟୋତିମଣି (ତାମିଲନାଡ଼ୁ) ଲୋକସଭାରେ ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ସଂଙ୍ଗୀତା।

କିନ୍ତୁ ଅପରପକ୍ଷରେ ରମ୍ୟା ହରିଦାସ ଗତକାଲି ଅଭିଯୋଗ କରିଥିଲେଯେ, ସେ ଦଳିତ ହୋଇଥିବାରୁ ତାଙ୍କ ଉପରେ ଭାଜପା ସାଂସଦ ଯଶକୌର ମୀଣା ଆକ୍ରମଣ କରିଥିଲେ। ସେ କହିଛନ୍ତି ବିରୋଧି ଭାବେ ସେ ଲୋକସଭାରେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ଏହି ଆକ୍ରମଣ ହୋଇଥିଲା। ମୁଁ ଦଳିତ ହୋଇଥିବାରୁ ବାରମ୍ବାର ମୋ ଉପରେ ଏହିପରି ଭାବରେ ଆକ୍ରମଣ ହେଉଛି ବୋଲି ରାମ୍ୟା ଅଭିଯୋଗ କରିଛନ୍ତି ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଚଷ୍ପତିଙ୍କ ପାଖରେ ଅଭିଯୋଗ କରିଛନ୍ତି।

ଅପର ପକ୍ଷରେ, ଏହାର ପ୍ରତ୍ୟୁତ୍ତରରେ ଭାଜପା ସାଂସଦ ଯଶକୌର ମୀଣା କହିଛନ୍ତି ମୁଁ ମଧ୍ୟ ଜଣେ ଦଳିତ ମହିଳା। ମୋ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି।

ବଲାଙ୍ଗୀର ସାଂସଦ କହିଛନ୍ତିଯେ, ଲୋକସଭା ଗୃହରେ ନିଜ ଆସନ ଛାଡ଼ି ଟ୍ରେଜେରି ବେଞ୍ଚକୁ ଆସି ପାଟିତୁଣ୍ଡ କରୁଥିଲେ ଉପରୋକ୍ତ ଦୁଇ ମହିଳା ସାଂସଦ। ସେମାନେ ଏବଂ ବାଚସ୍ପତିଙ୍କ କାର୍ଯ୍ୟରେ ଅସୁବିଧା ସୃଷ୍ଟି କରୁଥିଲେ। ତାଙ୍କ ମୁହଁ ସାମନାରେ ବ୍ୟାନର ଧରି ପାଟିତୁଣ୍ଡ କରୁଥିଲେ ଏହା ଫଳରେ ତାଙ୍କ ହାତ ଆଂଚୁଡ଼ି ହୋଇଯାଇଛି ଏବଂ ତାଙ୍କୁ ବିରୋଧି ମହିଳା ସାଂସଦମାନେ କହୁଣୀରେ ତାଙ୍କ ଛାତିକୁ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ସଂଗୀତା କହିଛନ୍ତି ସ୍ମୃତି ଇରାନୀ ତାଙ୍କୁ ନଧରିଥିଲେ ବୋଧହୁଏ ସେ ପଡ଼ିଯାଇଥାନ୍ତେ। ସେ ସଦନରେ ପ୍ରାଥମିକ ଚିକିତ୍ସା କରାଇଥିଲେ।

ଏହାକୁ ନେଇ ସାଂସଦମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ।