Odiapua.com

ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ପୋରକ ରଖାଯାଇଥିବା କାର ମାଲିକ ମାନସୁଖ ହିରେନଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

ମୁମ୍ବାଇ ୫-୩ (ଓଡ଼ିଆ ପୁଅ) ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ପୋରକ ରଖିଥିବା କାରର ମାଲିକ ମାନସୁଖ ହିରେନଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଏପର୍ଯ୍ୟନ୍ତ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ବିବେଚନା କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ କାଲୱା ବ୍ରିଜରୁ ଡେଇଁ ନିଜ ଜୀବନ ହାରିଛନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରେ ପୋଲିସ କହିଛି ଯେ, ଏହା ଏକ ଆତ୍ମହତ୍ୟା, କିନ୍ତୁ ଅନ୍ୟ ଦିଗରୁ ପୋଲିସ ମଧ୍ୟ ଏହାର ତଦନ୍ତ କରୁଛି।

ମାନସୁଖ ହିରେନ କହିଥିଲେ ଯେ ତାଙ୍କ କାର ଚୋରି ହୋଇଯାଇଥିଲା ଏବଂ ଏଥିପାଇଁ ସେ ଏଫଆଇଆର ମଧ୍ୟ କରିଥିଲେ। ତାଙ୍କ ସ୍କର୍ପିଓ କାରରୁ ୨୦ ଟି ଜେଲାଟିନ୍ ରଡ୍‌ ଜବତ କରାଯାଇଥିଲା। ପୋଲିସ ଚାରିପାଖରେ ଲଗାଯାଇଥିବା ସିସିଟିଭି କ୍ୟାମେରା ଏବଂ କାର ପାର୍କିଂ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ମାସ୍କ ପିନ୍ଧିଥିବାରୁ ଅଧିକ ତଥ୍ୟ ମିଳିପାରି ନଥିଲା।