Odiapua.com

କେନ୍ଦୁଝରରେ ବୋଦାପଳସା ଗ୍ରାମପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ ଘୋଷଣା କଲେ ସରପଞ୍ଚ

କେନ୍ଦୁଝର, ୨୦ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବୋଦାପଳସା ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମ କୁ ଶନିବାର ଦିନ ୨ ଘଣ୍ଟା ଠାରୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ ଘୋଷଣା କରିଥିବା ସରପଞ୍ଚ ଘୋଷଣା କରିଛନ୍ତି।

ସରପଞ୍ଚଙ୍କର ନୋଟିସ ଅନୁସାରେ ଏହି ଗ୍ରାମପଞ୍ଚାୟତର ଦୁଇ ଜଣ ମହାରାଷ୍ଟ୍ର ଫେରନ୍ତା ବ୍ୟକ୍ତିଙ୍କ ଠାରେ କୋରୋନା ଚିହ୍ନଟ ହେବା ପରେ ସରପଞ୍ଚ ସମସ୍ତ ଗ୍ରାମପଞ୍ଚାୟତକୁ ସଟ୍‌ଡାଉନ ଘୋଷଣା କରିଛନ୍ତି। ଏହି ଅବଧି ମଧ୍ୟରେ ଗ୍ରାମ ଗୁଡୁକରେ ସରକାରୀ ମାର୍ଗଦର୍ଶିକା ମୁତାବକ କଟକଣା ବଳବତର ରହିବ ବୋଲି ଘୋଷଣା କରାଯାଇଛି।

ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ। କୌଣସି ଗ୍ରାମକୁ କୋଭିଡ ମୁକାବିଲା ସମ୍ବନ୍ଧିତ ଓ ଅନୁମୋଦିତ ଗାଡି ବ୍ୟତିତ କୌଣସି ଯାନ ବାହାନ ଚଳାଚଳ କରିପାରିବ ନାହିଁ। ଏହା ଛଡା ଏହି ସମୟ ମଧ୍ୟରେ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ହାଟ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ସରପଞ୍ଚ ଘୋଷଣା କରିଛନ୍ତି।