Odiapua.com

ଡଙ୍ଗା ବୁଡ଼ିଯିବାରୁ ୨୧ ମୃତ୍ୟୁ, ଅନେକ ନିଖୋଜ, ୧୦୦ ଯାଉଥିଲେ ଡଙ୍ଗାରେ

ନୂଆ ଦିଲ୍ଲୀ ୨୮ ଅଗଷ୍ଟ (ଓଡ଼ିଆ ପୁଅ) ବାଂଲାଦେଶର ଟାଇଟାସ ନଦୀରେ ଏକ ବାଲିଲଦା ହୋଇଥିବା ଜାହାଜ ଧକ୍କା ହେବା ପରେ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବା ଫଳରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି।

ଜଣେ ଯାତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଡଙ୍ଗାଟି ଶୁକ୍ରବାର ସନ୍ଧ୍ୟା ପ୍ରାୟ ୪.୩୦ ସମୟରେ ବ୍ରାହ୍ମଣବରିଆ ଜିଲ୍ଲାର ବିଜୟନଗର ଉପକଣ୍ଠରେ ଚମ୍ପକନଗର ଘାଟରୁ ଛାଡିଥିଲା। ଏହା ସାଦର ଉପଜିଲ୍ଲାର ଆନନ୍ଦବଜାର ଘାଟ ଆଡକୁ ଯାଉଥିଲା।

ଆଉଜଣେ ଯାତ୍ରୀ କହିଛନ୍ତିଯେ, ଲାଇସ୍କା ବିଲ୍ ଅଞ୍ଚଳରେ ଏହା ଧକ୍କା ହୋଇଥିଲା ଯାହା ପରେ ଡଙ୍ଗାଟି ବୁଡ଼ି ଯାଇଥିଲା।

ବ୍ରାହ୍ମଣବରିଆର ଡେପୁଟି କମିଶନର ହାୟାତ୍ ଉଦ ଦୌଲା ଖାନ କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୨୦, ୦୦୦ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦିଆଯାଇଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ଅନେକ ଲୋକ ନିଖୋଜ ଥିବାରୁ ପ୍ରକୃତ ଆକଳନ କରାଯାଇ ନାହିଁ।

ଏହି ସମୟରେ ଅନେକ ଉଦ୍ଧାରକାରୀ ଦଳ, ଅଗ୍ନିଶମ ସେବା ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଅପରେସନ୍ ଜାରୀ ରଖିଛନ୍ତି।