Odiapua.com

ଭୁବନେଶ୍ୱରରୁ ୧୩୫୩ କୋଭିଡ୍‌ ପଜିଟିଭ୍ ଚିହ୍ନଟ – ସ୍ଥାନୀୟ ଅଞ୍ଚଳରୁ ୧୧୩୫

ଭୁବନେଶ୍ୱର ୧୬-୫ (ଓଡ଼ିଆ ପୁଅ): ପୁଣି ଚିନ୍ତା ବଢ଼ାଇଲାଣି ରାଜଧାନୀର ଲୋକାଲ କେସ୍‌ ସଂଖ୍ୟା। ପୁଣି ଭୁବନେଶ୍ୱରରୁ ୧୩୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୩୫। ଆଜି ୯୩୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଆଜି ପୁଣି ୨ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି। ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୨୯୩ କୁ ବୃଦ୍ଧି ପାଇଛି।

ପଟିଆରୁ ସର୍ବାଧିକ ୧୦୨ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୭୮, ଓଲ୍‌ଡ ଟାଉନରୁ ୫୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।