Odiapua.com

୧୯୨୯ ରେ କଲ କଲେ ଗର୍ଭବତୀ ମହିଳାଙ୍କ COVID୧୯ ଟେଷ୍ଟ ଘରେ ଯାଇ କରିବ BMC

ଭୁବନେଶ୍ୱର ୧୭-୫ (ଓଡ଼ିଆ ପୁଅ) ୧୯୨୯ ରେ କଲ କଲେ ଗର୍ଭବତୀ ମହିଳାଙ୍କ COVID୧୯ ଟେଷ୍ଟ ଘରେ ଯାଇ କରିବ BMC। ଏ ନେଇ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଟୁଇଟ୍କରି ସୂଚନା ଦିଆଯାଇଛି।

ତେବେ, ଗର୍ଭବତୀ ମହିଳାଙ୍କ COVID୧୯ ଟେଷ୍ଟ (ଟୀକାକରଣ ନୁହେଁ) ପାଇଁ BMC ଏହି ଡୋରଷ୍ଟେପ୍ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ବୁକ୍ କରିବା ପାଇଁ ୧୯୨୯ କୁ କଲ କରିପାରିବେ।

ବରିଷ୍ଠ ନାଗରିକଙ୍କ ପାଇଁ ଅନ୍-କଲ୍ ଟେଷ୍ଟ ଏବଂ ଟୀକାକରଣ ପାଇଁ ବିଏମସିର ପଦକ୍ଷେପର ଆଜି ଏକ ଭଲ ପ୍ରତିକ୍ରିୟା ମିଳିଛି ବୋଲି ବିଏମ୍ସି କହିଛି।