Odiapua.com

ବ୍ରହ୍ମପୁର: ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର ..

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ହୁତାତ୍ମା ଦିବସ ଅବସରରେ ବ୍ରହ୍ମପୁର ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଅଯୋଧ୍ୟାରେ ରାମ ଜନ୍ମ ଭୂମି ଆନ୍ଦୋଳନରେ ବଳିଦାନ ଦେଇଥିବା ରାମ ଭକ୍ତଙ୍କୁ ସ୍ମରଣ କରି ଆଜିର ଦିନରେ ସାରା ଦେଶରେ ବଜରଙ୍ଗ ଦଳ ତରଫରୁ ଏହି ଦିନରେ ରକ୍ତ ଦାନ ଶିବିର ଆୟୋଜନ କରାଯାଉଛି। ତଦନୁଯାୟୀ ଗଞ୍ଜାମ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପ୍ରତି ବର୍ଷ ଆଜିର ଦିନରେ ରକ୍ତଦାନ ଶିବିର ଆୟୋଜନ କରୁଛି। ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବାଲାକୃଷ୍ଣ ରେଡିଙ୍କ ସଂଯୋଜନାରେ ହୋଇଥିବା ଏହି ରକ୍ତଦାନ ଶିବିରରେ ବହୁ ରାମ ଭକ୍ତ ଉପସ୍ଥିତ ରହି ରକ୍ତଦାନ କରିଥିଲେ। ଏଥିରେ ଗଞ୍ଜାମ ବିଭାଗ ବିଶ୍ୱ ହିନ୍ଦୁ ପରିଷଦ ସମ୍ପାଦକ ଡ. ଅରୁଣ ପ୍ରସାଦ ପାଢ଼ୀ, ବଜରଙ୍ଗ ଦଳ ପ୍ରାନ୍ତ ସୁରକ୍ଷା ପ୍ରମୁଖ ରାଜୀବ ଖାଡାଙ୍ଗା, ବଜରଙ୍ଗ ଦଳ ବିଭାଗ ସଂଯୋଜକ ଗୌତମ ମହାରଣା, ଜିଲ୍ଲା ସହ ସଂଯୋଜକ ଶିବଦତ କୁମାର ଦାସ, କିରଣ ଲେଙ୍କା, ରବିଚନ୍ଦ୍ର ବେହେରା, ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଡା. ଭବାନୀ ଶଙ୍କର ଦାସ, ଜିଲ୍ଲା ସମ୍ପାଦକ ଗୋପାଳ କୃଷ୍ଣ ସ୍ୱାଇଁ, ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଲଳିତ ସେଠୀ, ଶଙ୍କର ଚୌହାନ, ଶଙ୍କର ରେଡି, ଏନ ସୁରେଶ ରେଡି ଆଦିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏଥିରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି।
-@Dr