Odiapua.com

ଜଣାଶୁଣା ଆମେରିକୀୟ ଅଭିନେତା ଚାଡୱିକ୍ ବୋସମାନ୍ ଙ୍କର ୪୩ ବର୍ଷ ବୟସରେ ନିଧନ

ନୂଆ ଦିଲ୍ଲୀ ୨୯-୮ (ଓଡ଼ିଆ ପୁଅ) ୨୦୧୮ ରେ ସୁପରହିଟ୍ ବ୍ଲାକ୍ ପାନ୍ଥରରେ ଅଭିନୟ କରିଥିବା ଜଣାଶୁଣା ଆମେରିକୀୟ ଅଭିନେତା ଚାଡୱିକ୍ ବୋସମାନ୍ ୪୩ ବର୍ଷ ବୟସରେ କୋଲୋନ୍ କ୍ୟାନସରରେ ମୃତ୍ୟୁ ବରଣ କରିଛନ୍ତି।

ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ ଏହା ଜଣାପଡିଛି ଯେ ୨୦୧୬ ମସିହାରୁ କୋଲୋନ୍ କ୍ୟାନସର ସହ ସଂଗ୍ରାମ କରୁଥିବା ବୋସମାନ୍ ତାଙ୍କ ଘରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କ ପରିବାର ଏବଂ ପତ୍ନୀ ଥିଲେ।

ଅଭିନେତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ “ଚାଡୱିକ୍ ୨୦୧୬ ରେ ତୃତୀୟ ପର୍ଯ୍ୟାୟ କୋଲୋନ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ଏହା ଚତୁର୍ଥ ପର୍ଯ୍ୟାୟରେ ଅଗ୍ରଗତି କଲାବେଳେ ଗତ ଚାରି ବର୍ଷ ମଧ୍ୟରେ ଏହା ସହିତ ସେ ସଂଗ୍ରାମ କରିଥିଲେ।

ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଅଭିନେତା ତାଙ୍କ କ୍ୟାରିୟରର କିଛି ବଡ ଚଳଚ୍ଚିତ୍ରର ସୁଟିଂ କରୁଥିବାବେଳେ କର୍କଟ ରୋଗ ସହ ସଂଗ୍ରାମ ଜାରୀ ରଖିଥିଲେ।

ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଜଣେ ପ୍ରକୃତ ଯୋଦ୍ଧାଭାବରେ ଚାଦୱିକ୍ ଏହାକୁ ସଂରକ୍ଷିତ ରଖି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯେଉଁଗୁଡ଼ିକୁ ଆପଣ ବହୁତ ଭଲ ପାଉଛନ୍ତି।

୨୦୦୩ ରେ କ୍ରାଇମ ଡ୍ରାମା ସିରିଜ୍ ଥାର୍ଡ ୱାଚ୍ ର ଏକ ଏପିସୋଡରେ ଚାଡୱିକ୍ ତାଙ୍କର ପ୍ରଥମ ଟେଲିଭିଜନ୍ ଅଭିନୟ ଆରମ୍ଭ କରିଥିଲେ। ପ୍ରଥମ ଅଭିନୟ ଏକ ଦଶନ୍ଧି ପରେ ୨୦୧୩ ରେ ଆସିଥିଲା ଚଳଚ୍ଚିତ୍ର “42”, ଯେଉଁଥିରେ ସେ ବେସବଲ୍ ଆଇକନ୍ ଏବଂ ତାରକା ଜ୍ୟାକି ରବିନ୍ସନ୍ ଭୂମିକାରେ ଅଭିନୟ କରିଥିଲେ।

ଲୋକପ୍ରିୟ ବ୍ଲାକ୍ ପାନ୍ଥର ଯାହା ତାଙ୍କୁ ୨୦୧୮ ରେ ଅଧିକ ସୁନାମ ଦେଇଥିଲା।