Odiapua.com

ଗୋରୁ ଗାଡ଼ି ଅଟକାଇବା ଯୋଗୁଁ ବିଜେପିର ଭୋଟ୍ ମାଇନସ୍ ହେଉଛି: ବିଜେପି ନେତା

ଭୁବନେଶ୍ୱର: ବଜରଙ୍ଗ ଦଳ ଗୋରୁ ଗାଡ଼ି ଅଟକାଇବା ଯୋଗୁଁ ବିଜେପିର ଭୋଟ୍ ମାଇନସ୍ ହେଉଛି ବୋଲି କହିଛନ୍ତି ଜଣେ ବିଜେପି ନେତା। ଓଡ଼ିଶାର ଜଣେ ବିଜେପି ନେତାଙ୍କର ଏପରି ଏକ ଅଡିଓ ଟେପ୍ ଭାଇରାଲ୍ ହେଉଛି। ଜଣେ ଯୁବକଙ୍କ ସହିତ ଫୋନରେ କଥାବାର୍ତ୍ତା ମଧ୍ୟରେ ଅନେକ ଅଶାଳୀନ ଶବ୍ଦ ବ୍ୟବହାର କରିବା ସହ ଜମିବାଡ଼ି ଚାଷ କରିବୁନି ଆମେ କ’ଣ ମରିବୁ ନାଁ କ’ଣ ବୋଲି କହିଛନ୍ତି ବିଜେପି ନେତା। ବଜରଙ୍ଗ ଦଳ ଗୋରୁ ଗାଡ଼ି ଅଟକାଇବା ଯୋଗୁଁ ବିଜେପିର ଭୋଟ୍ ମାଇନସ୍ ହେଉଛି ବୋଲି କହିବା ସହ ଏହି ଟେପ୍ ରେକର୍ଡ ନେଇ ସେଣ୍ଟରରେ ମୋଦିଙ୍କୁ ଶୁଣା ବୋଲି କହିଛନ୍ତି ସଂପୃକ୍ତ ବିଜେପି ନେତା। ଷଣ୍ଢ ଜମିରେ ପଶି ଫସଲ ଖାଇ ନଷ୍ଟ କରୁଥିବା ବେଳେ ସେମାନଙ୍କୁ ଗୋଶାଳାରେ ଦେଲେ କେହି ରଖୁନାହାଁନ୍ତି। ଫସଲ ଖାଇ ଦେଉଥିବାରୁ ଲୋକେ ପୁଣି କୁଆଡ଼େ ଗୋରୁଙ୍କୁ ମାରିଦିଅ, ହାଣିଦିଅ ବୋଲି କହୁଛନ୍ତି ବୋଲି କହି, ଏକ ପ୍ରକାର ଗୋଚାଲାଣକୁ ସମର୍ଥନ କଲା ପରି କଥିତ ଭାଇରାଲ୍ ଅଡିଓରେ କହିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ମାଧବାନନ୍ଦ ମଲ୍ଲିକ।କଂଗ୍ରେସରୁ ଆସି ବିଜେପିରେ ଯୋଗଦେଇ ୨୦୧୯ ନିର୍ବାଚନରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଲଢ଼ିଥିଲେ ମାଧବାନନ୍ଦ। ଏବେ ସେ ତାଙ୍କ ପୁଅ ଉଦୟ ନାରାୟଣ ମଲ୍ଲିକକୁ ନିଜର ଉତ୍ତରାଧିକାରୀ ସୂତ୍ରରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରମୋଟ୍ କରୁଛନ୍ତି। ବାପା ଏଣେ “ତୋ ତଳ ମୁହଁ ଉପାଡ଼ି ଦେବି” ବୋଲି ଧମକ ଦେଉଥିବା ବେଳେ, ବେଆଇନ୍ ଗୋରୁ ଗାଡ଼ି ଚାଲାଣ ବାବଦରେ ଥାନାରେ ବସି କମ୍ପ୍ରୋମାଇଜ୍ କରିବା ସହ ଗୋରୁ ଗାଡ଼ି ଅଟକାଉଥିବା ବଜରଙ୍ଗ ଦଳ ପିଲା ଏବଂ ଗୋ- ରକ୍ଷକ ମାନଙ୍କୁ ଗୋରୁ ଗାଡ଼ି କାହିଁକି ଅଟକାଉଛ ବୋଲି ପୁଅ ଉଦୟ ନାରାୟଣ ଓରଫ୍ ପାପୁନ ମଲ୍ଲିକଙ୍କ ପକ୍ଷରୁ ଧମକ ଦିଆଯାଉଥିବା ଅଭିଯୋଗ ମଧ୍ୟ ଉଠୁଛି।
-/DevDr