Odiapua.com

ବିଜେପି ଦାୟିତ୍ୱରେ ନବୀନଙ୍କ ହାତ ବାରିଷୀ ଲୋକ!

ଭୁବନେଶ୍ୱର:ଓଡ଼ିଶା ବିଜେପି ଦାୟିତ୍ୱରେ ଥିବା ଲୋକ ନବୀନ ପଟ୍ଟନାୟକଙ୍କ ହାତ ବାରିଷୀ ସାଜିଛି।ଟିକେଟ ବଣ୍ଟନ ପରେ ବିଜେପି ଭିତରେ ଉପୁଜିଥିବା ଅସନ୍ତୋଷକୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ମାନେ ବିଜେପି ରାଜ୍ୟ ନେତୃତ୍ୱଙ୍କୁ ଦୋଷାରୋପ କରୁଛନ୍ତି।ପାର୍ଟି ଅଫିସରେ ତାଲା ପକାଉଛନ୍ତି, ଭଙ୍ଗାରୁଜା,ପୋଡ଼ାଜଳା କରୁଛନ୍ତି,ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି।ଏପରିକି ବିଜେପି କାର୍ଯ୍ୟକର୍ତ୍ତା ଅସନ୍ତୋଷ ପ୍ରକଟ କରି ବିଜେପି ରାଜ୍ୟ ନେତୃତ୍ୱ ନବୀନ ପଟ୍ଟନାୟକଙ୍କ ହାତ ବାରିଷୀ ସାଜିଛନ୍ତି ବୋଲି ଆକ୍ଷେପ କରିଛନ୍ତି।

ରାଷ୍ଟ୍ରୀୟ ସଭାପତି ୧୨୦ ଆସନ କଥା କହୁଥିବା ବେଳେ ଓଡ଼ିଶାର ନେତୃତ୍ୱ ନେଉଥିବା ବ୍ୟକ୍ତି ୭୮ ଆସନ କଥା କହୁଛନ୍ତି।ତେଣୁ ସେ ତାଙ୍କ ମନ ଇଚ୍ଛା ଯାହାକୁ ପାରୁଛନ୍ତି,ତାକୁ ଟିକେଟ ବାଣ୍ଟୁଛନ୍ତି ବୋଲି ଆକ୍ଷେପ କରି ସୋସିଆଲ ମିଡିଆରେ ମନ୍ମଥ ବେହେରା ନାମକ ଜଣେ ବିଜେପି କାର୍ଯ୍ୟକର୍ତ୍ତା ପୋଷ୍ଟ କରିଛନ୍ତି।ସେହିପରି ଟଙ୍କା କାରବାର ହୋଇ ଅନେକ ସ୍ଥାନରେ ଟିକେଟ ବଣ୍ଟନ ହୋଇଛି ବୋଲି ମଧ୍ୟ ଆକ୍ଷେପ କରାଯାଉଛି।/ଦେବଦତ୍ତ