Odiapua.com

ବିଜେପିର ମହିଳା କାର୍ଯ୍ୟକର୍ତ୍ତା ଏବଂ ତାଙ୍କର ପୁଅକୁ ଘର ପଶି ଗୁଳି ମାରିଲେ

ନୂଆ ଦିଲ୍ଲୀ ୨୮-୬ (ଓଡ଼ିଆ ପୁଅ) ଦିଲ୍ଲୀରେ ବିଜେପିର ମହିଳା କାର୍ଯ୍ୟକର୍ତ୍ତା ଏବଂ ତାଙ୍କର ପୁଅକୁ ଘରେ ପଶି ଗୁଳିମାରିଛନ୍ତି ଦୁର୍ବୃତ୍ତ। ଏଥିରେ ଦୁଇଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଁଣାସ୍ଥଳରେ ପୁଲିସ ପହଁଚି ମାମଲାର ଜାଞ୍ଚ କରୁଛି।

ଏହି ଘଟଣା ରୋହାଣୀର କଂଝାୱଲାରେ ଘଟିଛି। ଡିସିପି କହିଛନ୍ତି କି ୬୦ ବର୍ଷର ରାଜରାନୀ ଏବଂ ତାଙ୍କର ୩୦ ବର୍ଷର ପୁଅ ନେତ୍ରପାଳଙ୍କୁ ଗୁଳି ଲାଗିଥିବାରୁ ଆହତ ହୋଇଛନ୍ତି। ଦୁଇଜଣ ହସ୍ପିଟାରେ ଭର୍ତ୍ତି ହୋଇଛନ୍ତି। ପୁଲିସ ମୁତାବକ ମହିଳାଙ୍କର ଜଣାଶୁଣା କିଏ ଗୁଳି ମାରିଛନ୍ତି। କୁହାଯାଉଛିଯେ, ପ୍ରପର୍ଟି ବିବାଦ ଯୋଗୁଁ ଏହି ଘଟଣା ଘଟିଛି। ପୁଲିସ କହିଛି କି ମହିଳାଙ୍କର ଗୋଡ଼ରେ ଗୁଳି ଲାଗିଛି ଏବଂ ପୁଅର ପେଟରେ ଗୁଳି ଲାଗିଛି।