Odiapua.com

ଆସନ୍ତା କାଲି ସମସ୍ତ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିବ ବିଜେପି

ଭୁବନେଶ୍ୱର: ରାଜନୈତିକ ଅସହିଷ୍ଣୁତା ଓ ବିରୋଧୀଙ୍କୁ ଦମନ ମନୋଭାବ ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ। ଏଭଳି ହୀନ କାର୍ଯ୍ୟରେ ସରକାରୀ କଳ ଓ ପ୍ରଶାସନର ଅପବ୍ୟବହାର କରିବାରେ ଶାସକ ବିଜେଡି ସିଦ୍ଧହସ୍ତ। ଏଭଳି ହୀନ ମାନସିକତାର ପରିଚୟ ଦେଇ ଶାସକ ବିଜେଡି ଯେଉଁ ଭଳି ଭାବେ ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଅଗଣତାନ୍ତ୍ରୀକ ଉପାୟରେ ଗିରଫ କଲେ, ତାହା ଅତ୍ୟନ୍ତ ଅଶୋଭନୀୟ ଆଚରଣ। ଶାନ୍ତ, ସରଳ ଓ ନମ୍ର ସ୍ୱଭାବର ଜଣେ ନିର୍ବାଚିତ ଜନପ୍ରତିନିଧି ତଥା ଦେବଗଡ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଏତଲା ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ବିଳମ୍ବରେ ରୁଜି ହୋଇଥିବା ତିଲେଇବଣି ବିଡିଓଙ୍କ କାଉଣ୍ଟର ଏଫଆଇଆର ଓ ତଦନ୍ତ ଆଧାରରେ ତରବରିଆ ଏବଂ ଏକପାଖିଆ ଆକ୍ରୋଶମୁଳକ ଭାବେ ବିଧାୟକଙ୍କୁ ଗିରଫ ଘଟଣା ଶାସକ ବିଜେଡିର ବିରାଟ ଷଡ଼ଯନ୍ତ୍ର। ଶାସକ ବିଜେଡି ସମର୍ଥିତ ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ହେଉଛନ୍ତି ତିଲେଇବଣି ବିଡିଓ। ବିଧାୟକଙ୍କ ଏତଲାକ୍ରମେ ବର୍ତମାନ ସୁଦ୍ଧା ବିଡିଓଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପଛରେ ଶାସକ ବିଜେଡିର ପ୍ରତ୍ୟକ୍ଷ ହାତ ରହିଛି। ଏହାର ପ୍ରତିବାଦରେ ଆସନ୍ତା କାଲି ରାଜ୍ୟର ସମସ୍ତ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯିବା ସହିତ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି ରାଜ୍ୟ ସାଧାରଣ ସାଧାରଣ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି।
-/DevDr