Odiapua.com

ବିଜେପିର ତାଲା ପକାକୁ ବିଜେଡିର କାଉଣ୍ଟର

ଭୁବନେଶ୍ୱର;୦୩,ନଭେମ୍ବର:ଆସନ୍ତା ୫ ତାରିଖରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହେବାକୁ ଥିବା ତାଲା ପକା ଅଭିଯାନକୁ କାଉଣ୍ଟର କରିବ ବିଜେଡି।୫,୬ ଏବଂ ୮ ତାରିଖରେ ବିଜେଡି ରାଜ୍ୟରେ ଥିବା ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ।କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି ଅନୁଯାୟୀ ଯୁବକ/ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ମିଳିପାରି ନଥିବା ଅଭିଯୋଗରେ ବିଜେଡି ଏହି ବିକ୍ଷୋଭ କରିବ ବୋଲି ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି।ବାସ୍ତବରେ ୫ ତାରିଖରେ ବିଜେପି ପକ୍ଷରୁ ହେବାକୁ ଥିବା ତାଲା ପକା ଅଭିଯାନ ବିରୋଧରେ ଏହା ବିଜେଡିର କାଉଣ୍ଟର ଆର୍ଟାକ୍ ବୋଲି କୁହାଯାଉଛି।ସେହି ସମାନ ଦାବି ନିଯୁକ୍ତି ସୁଯୋଗରେ ରାଜ୍ୟ ସରକାର ବିଫଳ ଅଭିଯୋଗ କରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲା ପକାଯିବା ନେଇ ନିଷ୍ପତି ହୋଇଛି।ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏନେଇ ଘୋଷଣା କରିଥିଲେ।/ଦେବଦତ୍ତ