Odiapua.com

ବିଜେପି ପ୍ରଶିକ୍ଷଣ ବର୍ଗ: ଭୁଲ୍ ତଥ୍ୟ ଦେଇ ହେଲେ ଅପଦସ୍ତ ..

ଭୁବନେଶ୍ୱର: ଗତ ୧୩ ତାରିଖରୁ ଆରମ୍ଭ ହୋଇ ପୁରୀଠାରେ ଚାଲିଥିବା ରାଜ୍ୟ ବିଜେପିର ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ବର୍ଗ ଗୁରୁବାର ସନ୍ଧ୍ୟାରେ ସମାପନ ଘଟିଛି। ଦୀର୍ଘ ୮ ବର୍ଷ ପରେ ରାଜ୍ୟ ବିଜେପିର ଏହି ପ୍ରଶିକ୍ଷଣ ବର୍ଗ ଆୟୋଜିତ ହୋଇଥିଲା। ମନଇଚ୍ଛା ତଥା ଅବ୍ୟବସ୍ଥିତ ଢଙ୍ଗରେ ଚାଲି ଆସୁଥିବା ଓଡ଼ିଶା ବିଜେପିର ଏହି ପ୍ରଶିକ୍ଷଣ ବର୍ଗ ପ୍ରଥମରୁ ବ୍ୟବସ୍ଥିତ ଢଙ୍ଗରେ ଆରମ୍ଭ ହୋଇଥିଲା। ପୂର୍ବରୁ ରାଜ୍ୟ ବିଜେପିରେ ଚାଲି ଆସୁଥିବା, ଯେ କୌଣସି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ସମ୍ପାଦକ ଟଙ୍କଧର ତ୍ରିପାଠୀ, କାଳନ୍ଦୀ ସାମଲ ଆଦି ପରି ନେତା ନେତ୍ରୀଙ୍କର ଆଧିପତ୍ୟ ବିସ୍ତାର ନୀତି ଦେଖିବାକୁ ମିଳିନଥିଲା। ବାସ୍ତବିକ ସାଙ୍ଗଠନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ତଦାରଖରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା ପରି ଅନୁଭବ ହେଉଥିଲା। ରାଜ୍ୟ ବିଜେପିର କୌଣସି କାର୍ଯ୍ୟକ୍ରମରେ ଲେଖାଶ୍ରୀଙ୍କୁ ଦ୍ଵିତୀୟ ଧାଡ଼ିରେ ବସିବାର ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ସେହିପରି ଏକ ସତ୍ରରେ ଅନେକ ଭୁଲ୍ ତଥ୍ୟ ଉପସ୍ଥାପନା କରି ଲେଖାଶ୍ରୀଙ୍କୁ ଅପଦସ୍ତ ହେବାକୁ ପଡ଼ିଲା ବୋଲି ଜଣାପଡ଼ିଛି।
-/DevDrath