Odiapua.com

ବିଜେପି ପ୍ରଶିକ୍ଷଣ ବର୍ଗ: କିଏ କହିଲା ଅପରାଜିତାଙ୍କୁ, ବାହାରକୁ ବାହାରି ଯା ..

ଭୁବନେଶ୍ୱର: ଗତ ୧୩ ତାରିଖରୁ ଆରମ୍ଭ ହୋଇ ପୁରୀଠାରେ ଚାଲିଥିବା ରାଜ୍ୟ ବିଜେପିର ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ବର୍ଗ ଗୁରୁବାର ସନ୍ଧ୍ୟାରେ ସମାପନ ଘଟିଛି। ଦୀର୍ଘ ୮ ବର୍ଷ ପରେ ରାଜ୍ୟ ବିଜେପିର ଏହି ପ୍ରଶିକ୍ଷଣ ବର୍ଗ ଆୟୋଜିତ ହୋଇଥିଲା। ମନଇଚ୍ଛା ତଥା ଅବ୍ୟବସ୍ଥିତ ଢଙ୍ଗରେ ଚାଲି ଆସୁଥିବା ଓଡ଼ିଶା ବିଜେପିର ଏହି ପ୍ରଶିକ୍ଷଣ ବର୍ଗ ପ୍ରଥମରୁ ବ୍ୟବସ୍ଥିତ ଢଙ୍ଗରେ ଆରମ୍ଭ ହୋଇଥିଲା। ବାସ୍ତବିକ ସାଙ୍ଗଠନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ତଦାରଖରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା ପରି ଅନୁଭବ ହେଉଥିଲା। ତେବେ ଏ’ ଭିତରେ ଏକ ସତ୍ରରେ ମଞ୍ଚାସୀନ ରାଜ୍ୟ ସଭାପତି ସମୀର ମହାନ୍ତି କିଛି କହୁଥିବା ବେଳେ ମଞ୍ଚ ତଳେ ପ୍ରଥମ ଧାଡ଼ିରେ ବସିଥିବା ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପାଖରେ ବସିଥିବା ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସହ କ’ଣ କିଛି ଟିକେ କଥା ହୋଇଯିବା ଦେଖି, “ଶୁଣିବାକୁ ଭଲ ଲାଗୁନଥିଲେ ବାହାରକୁ ବାହାରି ଯା” .. ବୋଲି ଅପରାଜିତାଙ୍କୁ କୁଆଡ଼େ ସମୀର ମହାନ୍ତି କହିଥିଲେ। ତେବେ, ଏହାର ଜବାବରେ, ଆପଣଙ୍କ କଥା ମତେ ଶୁଣିବାକୁ ଭଲ ଲାଗେ ବୋଲି ସମୀର ମହାନ୍ତିଙ୍କୁ କହି, ଏକ ରହସ୍ୟମୟ ସ୍ମିତହାସ୍ୟ ହସି ଦେଇଥିଲେ ଅପରାଜିତା ବୋଲି ମଧ୍ୟ ଜାଣିବାକୁ ମିଳିଛି।
-/DevDrath