Odiapua.com

ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ବିଜେପି ନୂତନ ଟିମ୍ ଘୋଷଣା: ୨୦ରେ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ରାଜ୍ୟ ବିଜେପିର ହେବ ନବକଳେବର। ନବନିଯୁକ୍ତ ରାଜ୍ୟ ସଭାପତି ତାଙ୍କ ନୂଆ ଟିମ୍ ଘୋଷଣା କରିବେ। ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ରାଜ୍ୟ ବିଜେପି ଟିମ୍ ଘୋଷଣା। କାରଣ ଆସନ୍ତା ୨୦ ତାରିଖରେ ହେବ କାର୍ଯ୍ୟକାରିଣୀ ତଥା ପଦାଧିକାରୀ ବୈଠକ। ନୂଆ ଟିମରେ କିଏ ସ୍ଥାନ ପାଇବ କିଏ ନପାଇବ ନେଇ ଆଶା ଓ ଆଶଙ୍କାରେ ଅନେକ ନେତାନେତ୍ରୀ। କୁହାଯାଉଛି, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଟିମରେ ଥିବା ଅନେକ ପଦାଧିକାରୀଙ୍କୁ ବାଦ୍ ଦେଇ ମନମୋହନ କିଛି ନୂଆ ଚେହେରାଙ୍କୁ ଆଗକୁ ଆଣିବେ। ଯୋଗ୍ୟତା ନଥାଇ କେବଳ ମନ୍ତ୍ରୀଙ୍କ ଖୋସାମତି କରି ପଦପଦବୀ ପାଇଥିବା ଅଧିକାଂଶ ପଦବୀ ହରାଇବେ। ତେବେ, ସମୀର ମହାନ୍ତିଙ୍କ ଟିମରେ ଥିବା ଏବଂ ସାଙ୍ଗଠନିକ ଦକ୍ଷତା ଥିବା କିଛି ପଦାଧିକାରୀ ପୁନଃଦାୟିତ୍ୱ ପାଇବେ ଅଥବା ସେମାନଙ୍କ ମଧ୍ୟରୁ କେତେକ ପଦନ୍ବିତୀ ପାଇବେ ବୋଲି ଚର୍ଚ୍ଚା ହେଉଛି। କେନ୍ଦ୍ର ସହିତ ସମନ୍ୱୟ ରଖି ତଥା ରାଜ୍ୟ ବିଜେପିର ବରିଷ୍ଠ ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରି ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ସହ ମିଶି ମନମୋହନ ଫାଇନାଲ୍ ଲିଷ୍ଟ୍ ପ୍ରାୟ ପ୍ରସ୍ତୁତ କରି ସାରିଛନ୍ତି ବୋଲି ସୂଚନା ମିଳୁଛି।
-/Dev@Drath