Odiapua.com

ବିଜେପି ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା : ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରାଜ୍ୟ ବିଜେପିର ଧନ୍ୟବାଦ

ଭୁବନେଶ୍ୱର, ୨୧/୦୬ (ଓଡ଼ିଆ ପୁଅ) : ରାଜ୍ୟସଭା ପାଇଁ ଓଡ଼ିଶାରୁ ବିଜେପିର ପ୍ରାର୍ଥୀ ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ନିର୍ଣ୍ଣୟ କରିଥିବାରୁ ବିଜେପି ରାଜ୍ୟ ଶାଖା ତରଫରୁ ଉଭୟଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇ କହିଛନ୍ତି।

ଶ୍ରୀମହାପାତ୍ର କହିଛନ୍ତି ଯେ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରି ବାଜପେୟୀଙ୍କର ବ୍ୟକ୍ତିଗତ ସଚିବ ଥିଲେ ଏବଂ ଦକ୍ଷ ପ୍ରଶାସକ ଭାବେ ନିଜକୁ ପ୍ରମାଣିତ କରିଥିଲେ। ରାଜ୍ୟର ଦ୍ରୁତ ବିକାଶ ବିଜେପିର ଏଜେଣ୍ଡା ଓ ଆଗାମୀ ଦିନରେ ରାଜ୍ୟର ସାଧାରଣଜନତାଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଯୋଜନାର ବିକାଶ ପହଂଚାଇବା ପ୍ରାଥମିକତା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।