Odiapua.com

ବିଜେପି ଓଡ଼ିଶା: ଦଳ ବିରୋଧୀ କାର୍ଯ୍ୟ ପାଇଁ ୩ ଜଣ ନିଲମ୍ବିତ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଯାଜପୁର ଜିଲ୍ଲା ବିଞ୍ଜାରପୁର ବ୍ଲକ ଅରେଇ ଗ୍ରାମ ପଞ୍ଚାୟତ ସରପଞ୍ଚ ଦେବାନନ୍ଦ ମଲ୍ଲିକ, କଲ୍ୟାଣପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁନିତା ନାୟକ ଏବଂ କଲ୍ୟାଣପୁର ୨୭ ନମ୍ବର ଜୋନ ମଣ୍ଡଳ ସଭାପତି ମୁକ୍ତିକାନ୍ତ ସାମଲଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଗଲା ବୋଲି ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।
-@Dr