Odiapua.com

ବିଜେପି ନିରାକାରପୁର ମଣ୍ଡଳ ସ୍ତରୀୟ ବୈଠକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବିଜେପି ନିରାକାରପୁର ମଣ୍ଡଳ ସ୍ତରୀୟ ଏକ ବୈଠକ ସ୍ଥାନୀୟ ମା’ ଦହିଖାଇ ଠାକୂରାଣୀଙ୍କ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ବିଜେପି ପକ୍ଷରୁ ଚାଲିଥିବା ସେବା ହିଁ ସଙ୍ଗଠନ କର୍ଯ୍ୟକ୍ରମ ଅଂଶ ସ୍ୱରୂପ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏହି ବୈଠକ ଆୟୋଜିତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା ବିଜେପିର ବରିଷ୍ଠ ନେତା ନିକୁଞ୍ଜ କିଶୋର ପଟ୍ଟନାୟକ ଯୋଗଦେଇ ସାଙ୍ଗଠନିକ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାଧବ ଚନ୍ଦ୍ର ତ୍ରିପାଠୀ, ନିଳାଦ୍ରୀ ତ୍ରିପାଠୀ, ପ୍ରଦୀପ୍ତ କୁମାର ଦାସ, ଚିତ୍ତ ରଞ୍ଜନ ତ୍ରିପାଠୀ, ପବିତ୍ର ମୋହନ ସାହୁ, ମନ୍ମଥ ରଞ୍ଜନ ବେହେରା, ମୁକେଶ୍ୱର ପାଇକରାୟ, ଶିବ ପ୍ରସାଦ ରାଉତରାୟ ପ୍ରକାଶ ଚନ୍ଦ୍ର ଜେନା, ପବିତ୍ର କୁମାର ପ୍ରଧାନ, ନୀଳକଣ୍ଠ ଦାସ, ଚକ୍ରଧର ବାରିକ, କୃଷ୍ଣଚନ୍ଦ୍ର ଦାଶ, ପ୍ରଦୋଷ ହରିଚନ୍ଦନ, ଅଜୟ କୁମାର ପାଇକରାୟ ଏବଂ ବିରଞ୍ଚି ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ।
/-@DevDr