Odiapua.com

ବିଜେପି ମହିଳା ମୋର୍ଚ୍ଚା ଶକ୍ତିକେନ୍ଦ୍ରର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର;୦୨,ନଭେମ୍ବର:ପୁରୀ ଜିଲ୍ଲା ନିମାପଡ଼ା ନିର୍ବଚନୀ ମଣ୍ଡଳୀର ବିଜେପି ମହିଳା ମୋର୍ଚ୍ଚାର ସମସ୍ତ ମଣ୍ଡଳ କମିଟି ସଦସ୍ୟା ଓ ଶକ୍ତିକେନ୍ଦ୍ର ପ୍ରମୁଖମାନଙ୍କ ପ୍ରଶିକ୍ଷଣ ଶିବିର କୋଣାର୍କ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଯାଇଛି।ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକା ଡଃ: ଲେଖାଶ୍ରୀ ସାମନ୍ତସିଂହାର,ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କାନନବାଳା ପଟ୍ଟନାୟକ,ସ୍ମୃତି ପଟ୍ଟନାୟକ,ପୂର୍ବତନ ମନ୍ତ୍ରୀ ସୁରମା ପାଢୀ,ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଭୁବନ ମୋହନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।/ଦେବଦତ୍ତ