Odiapua.com

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରୋନା ସଂକ୍ରମିତ

ନୂଆ ଦିଲ୍ଲୀ ୧୩-୧୨ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଜ୍ଡା କରୋନା ସଂକ୍ରମିତ ବୋଲି ଜଣାପଡିଛି। ସେ ନିଜେ ଟ୍ୱିଟ୍ କରି ଏହା ବିଷୟରେ ସୂଚନା ଦେଇଛନ୍ତି। “କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ, ମୁଁ ପରୀକ୍ଷା କଲି ଏବଂ ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରାମର୍ଶରେ ଘର ଆଇସୋଲେସନରେ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରି ଅଛି, ମୋର ସ୍ୱାସ୍ଥ୍ୟ ଭଲ ଅଛି। ମୋର ଅନୁରୋଧ ହେଉଛି, ଯିଏ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିଲେ, ଦୟାକରି ନିଜକୁ ଆଇସେଲେଟ୍ କରନ୍ତୁ ଏବଂ ନିଜର କରୋନା ଟେଷ୍ଟ କରାନ୍ତୁ।”