Odiapua.com

ବିଜେଡି ବିଧାୟକଙ୍କୁ ଭେଟିଲେ ବିଜେପି ସାଂସଦ

ଭୁବନେଶ୍ୱର: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ।ତେବେ, ଏଥିରେ ରାଜନୀତି କିଛି ନାହିଁ।ଜିତୁ ମିତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଯାଇଥିଲେ ଅପରାଜିତା।ଅପରାଜିତା ଏବଂ ତାଙ୍କ ସହଯୋଗୀ ଜିତୁ ମିତ୍ରଙ୍କ ବାସଭବନ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ପରିବାର ସଦସ୍ୟଙ୍କ ସହିତ ସାକ୍ଷାତ କରିଛନ୍ତି।ଜିତୁଙ୍କୁ ସାକ୍ଷାତ କରିବା ପରେ ସୋସିଆଲ ମିଡିଆ ମାଧ୍ୟମରେ ଅପରାଜିତା କହିଛନ୍ତି, ତାଙ୍କୁ ଖୁସି ଦେଖି ଖୁସି ଲାଗିଲା।ତାଙ୍କର ଦ୍ରୁତ ଆରୋଗ୍ୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି।ଏଣେ ଅପରାଜିତା ଏବଂ ତାଙ୍କ ଟିମଙ୍କୁ ଧନ୍ୟବାଦ ଜଣାଇବା ସହ ରାଜନୀତି ଠାରୁ ଦୂରରେ ଜଣେ ବ୍ୟକ୍ତି ହିସାବରେ ଅପରାଜିତା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ଜିତୁ ମିତ୍ର।ସୂଚନାଯୋଗ୍ୟ ଯେ କିଛି ଦିନ ହେଲା ଜିତୁ ମିତ୍ରଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଛି।ଏଇ ନିକଟରେ ସେ ଚିକିତ୍ସିତ ହୋଇ ଫେରିଛନ୍ତି।//ଦେବଦତ୍ତ ରଥ