ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ, କଟକ ସଦର ନିର୍ବାଚନ ମଣ୍ଡଳୀ, ଆଳୀ ନିର୍ବାଚନ ମଣ୍ଡଳୀର ବହୁ ବିଶିଷ୍ଟ ସମାଜସେବୀଙ୍କ ଓ ଆଇନଜୀବୀ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ମନୋଜ କୁମାର ନାୟକ, କଟକ ସଦର ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ପ୍ରକାଶ କୁମାର ସେଠୀ, ବିଜେବି କଲେଜ ଛାତ୍ର ସଂସଦ ତଥା ଏନଏସୟୁଆଇ ପୂର୍ବତନ ରାଜ୍ୟ ସମ୍ପାଦକ ସୁପ୍ରିମକୋର୍ଟ ଆଇନଜୀବୀ ସୂର୍ଯ୍ୟକାନ୍ତ ପାଢ଼ୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ବାସିନ୍ଦା ତଥା ଯୁବ ଆଇନଜୀବୀ ସଞ୍ଜୀବ ଯୋଶୀ, ଜନ୍ମେଜୟ ରାୟ, ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ପ୍ରତାପ ରାଉତ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
-/Dev@DRath