Odiapua.com

ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ମହିଳା ମନ୍ତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବ ମହିଳା ମୋର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୧୧ ଜଣ ମହିଳା ମନ୍ତ୍ରୀଙ୍କୁ କେନ୍ଦ୍ର କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯିବାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ମହିଳା ମନ୍ତ୍ରୀମାନଙ୍କୁ ସମ୍ମାନ ଜଣାଇବ। ମହିଳା କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଜୁଲାଇ ୨୭ ତାରିଖ ସନ୍ଧ୍ୟାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ମାର୍ଗରେ ଅବସ୍ଥିତ ବିଜେପି ରାଷ୍ଟ୍ରୀୟ ମୁଖ୍ୟାଳୟରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। ଏହି ସମ୍ମାନ ସମାରୋହରେ ଯୋଗଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନାଥି ଶ୍ରୀନିବାଶନଙ୍କ ତରଫରୁ ସବୁ ମହିଳା ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ସମ୍ମାନ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଯୋଗ ଦେବେ। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, ସାଧ୍ବୀ ନିରଞ୍ଜନ ଜ୍ୟୋତି, ରେଣୁକା ସିଂହ ସରୁତା, ଅନୁପ୍ରିୟା ପଟେଲ, ମନାକ୍ଷୀ ଲେଖି, ସୁଶ୍ରୀ ଶୋଭା କରନଦଲେଜ, ଦର୍ଶନା ବିକ୍ରିମ ଜରଦୋଶ, ଅନ୍ନପୂର୍ଣ୍ଣା ଦେବୀ, ପ୍ରତିମା ଭୈମିକ ଓ ଭାରତୀ ପ୍ରବୀଣ ପୱାର ସାମିଲ ଅଛନ୍ତି। ମୋଦିଙ୍କ କ୍ୟାବିନେଟରେ ୧୧ ଜଣ ମହିଳା ମନ୍ତ୍ରୀ ଯୋଗ ଦେବା ପରେ ମହିଳାଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ହେଉଛନ୍ତି ସର୍ବାଧିକ ସଂଖ୍ୟା। ୨୦୦୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ୧୧ ଜଣ ମହିଳା ମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କାର୍ଯ୍ୟକାଳ ମଧ୍ୟରେ ସର୍ବାଧିକ ମହିଳା ମନ୍ତ୍ରୀ ୧୦ ଜଣ ଥିଲେ।
-@DevDrath