Odiapua.com

ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ..

ନୂଆଦିଲ୍ଲୀ: ଆଜି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହେବ। ନବଗଠିତ ବିଜେପି ମହିଳା ମୋର୍ଚ୍ଚାର ଏହା ପ୍ରଥମ ରାଷ୍ଟ୍ରୀୟ ପଦାଧିକାରୀ ବୈଠକ। ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନାଥି ଶ୍ରୀନିବାଶନ ଏନେଇ ସୂଚନା ଦେଇଛନ୍ତି। ଏଥିରେ ମହିଳା ମୋର୍ଚ୍ଚାର ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ସମସ୍ତ ପ୍ରଦେଶ ଅଧ୍ୟକ୍ଷା ମାନେ ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଏଥିରେ ମାର୍ଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି। ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଡାଃ: ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ ସୋସିଆଲ୍ ମିଡିଆ ପ୍ରମୂଖ ସୁଜାତା ସାବତ ପାଢ଼ୀଙ୍କ ସହ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ସ୍ମୃତି ପଟ୍ଟନାୟକ ଏହି ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି।