Odiapua.com

ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ..

ଗୌହାଟୀ: ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିବସିୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆସାମ ଗୌହାଟୀ ସ୍ଥିତ ଅଟଳ ବିହାରୀ ବାଜପେୟୀ ଭବନରେ ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ୯ ଏବଂ ୧୦ ତାରିଖ ଦୁଇ ଦିନ ଧରି ଚାଲିବ ଏହି ବୈଠକ। ମହିଳା ମୋର୍ଚ୍ଚା ଆସାମ ପ୍ରଦେଶ ଅଧ୍ୟକ୍ଷା ଅଙ୍ଗୁରଲତା ଡେକାଙ୍କ ସଂଯୋଜନାରେ ଆୟୋଜିତ ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନତି ଶ୍ରୀନିବାସନ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ମହିଳା ମୋର୍ଚ୍ଚା ପ୍ରଭାରୀ ଦୁଷ୍ୟନ୍ତ କୁମାର ଗୋୖତମ, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ମହାସଚିବ ଇନ୍ଦୁଲତା ଗୋସ୍ୱାମୀ ଏବଂ ଦୀପ୍ତି ରାୱତ ଭରଦ୍ୱାଜଙ୍କ ସମେତ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଏବଂ ବିଭିନ୍ନ ରାଜ୍ୟ ସଭାନେତ୍ରୀ ଯୋଗ ଦେଇଛନ୍ତି। ଓଡ଼ିଶାରୁ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ମଧ୍ୟ ଏହି କାର୍ଯ୍ୟକାରିଣୀରେ ଯୋଗଦେଇଛନ୍ତି।

-/Dev@Drath