Odiapua.com

ବାତ୍ୟା ପ୍ରଭାବିତ ଅଞ୍ଚଳ ଯାଇ ସାହାଯ୍ୟ ସହଯୋଗ କଲା ବିଜେପି ମହିଳା ମୋର୍ଚ୍ଚା ଟିମ୍

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅର୍ଣ୍ଣପାଳ ପଞ୍ଚାୟତ ଅନ୍ତର୍ଗତ ରାଜମୁକୁନ୍ଦପୁର ଏବଂ ରାଜୁଆଳିବିନ୍ଧା ଆଦି ଅଞ୍ଚଳ ଯାଇ ସାହାଯ୍ୟ ଏବଂ ସହଯୋଗର ହାତ ବଢ଼ାଇଛି ବିଜେପି ମହିଳା ମୋର୍ଚ୍ଚା ଟିମ୍। ଭଦ୍ରକ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ବିଷ୍ଣୁପ୍ରିୟା ଲେଙ୍କା, ନବନୀତା ନାୟକ, ସ୍ୱର୍ଣ୍ଣଲତା ମିଶ୍ର ଆଦି ପାଣି ଘେରରେ ଯାଇ ପ୍ରଭାବିତ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହିତ ଶୁଖିଲା ଖାଦ୍ୟ ସାମଗ୍ରୀ, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିଛନ୍ତି। ଏହାସହ ମହିଳା ମୋର୍ଚ୍ଚା ଟିମ୍ ଘର ଘର ବୁଲି ଥର୍ମାଲସ୍କ୍ରିନିଂ ମଧ୍ୟ କରାଇଛନ୍ତି। ଏଥିରେ ମଣ୍ଡଳ ସଭାପତି ଆଦିକନ୍ଦ ନାୟକ, ନରହରି ବିଶ୍ୱାଳ ଏବଂ ଆଲୋକ ରଞ୍ଜନ ମହାନାୟକ ପ୍ରମୂଖ ମହିଳା ମୋର୍ଚ୍ଚା ଟିମକୁ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ରାଜମୁକୁନ୍ଦପୁର ବାତ୍ୟା ଆଶ୍ରୟସ୍ଥଳୀରେ କରେଣ୍ଟ କଟିଯାଇଥିବା ବେଳେ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଲାଇଟ୍ ବ୍ୟବସ୍ଥା କରାଇଥିଲେ।