Odiapua.com

ବିଜେପି ନେତାଙ୍କ ଫେସବୁକରେ ବିଜେପି ନେତ୍ରୀଙ୍କ ଅର୍ଦ୍ଧନଗ୍ନ ଫଟୋ!

ଭୁବନେଶ୍ୱର: ଓଡ଼ିଶା ବିଜେପିର ଜଣେ ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତିଙ୍କ ଫେସବୁକ୍ ଆକାଉଣ୍ଟରେ ଜଣେ ବିଜେପି ନେତ୍ରୀଙ୍କ ଅର୍ଦ୍ଧନଗ୍ନ ଫଟୋକୁ ନେଇ ଓଡ଼ିଶା ରଜନୀତିରେ କମ୍ପନ ସୃଷ୍ଟି ହୋଇଛି! କୁହାଯାଉଛି, ସଂପୃକ୍ତ ନେତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଫେସବୁକ୍ ଷ୍ଟୋରୀରେ ବିଜେପି ମହିଳା ମୋର୍ଚ୍ଚାର ଜଣେ ସୋସିଆଲ୍ ମିଡିଆ ସଂଯୋଜିକାଙ୍କ ଅର୍ଦ୍ଧନଗ୍ନ ଫଟୋ ପୋଷ୍ଟ୍ ହେଲା। ଅଳ୍ପ କିଛି ସମୟ ମଧ୍ୟରେ ତାକୁ ଡିଲିଟ୍ କରି ଦିଆଗଲା। ତେବେ, ଏହା ଭିତରେ କେତେଜଣ ଏହାର ସ୍କ୍ରିନସର୍ଟ ନେଇ ସାରିଥିଲେ। ବିଜୁଳି ବେଗରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଗଲା ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ସଂଯୋଜିକାଙ୍କ ଅର୍ଦ୍ଧନଗ୍ନ ଫଟୋ! ଯାହାକୁ ନେଇ ଏବେ ଦଳ ଭିତରେ ନିଜ ନିଜ ଭିତରେ ଟୁପୁରୁଟାପର ଆଲୋଚନା ଚାଲିଛି। କଥା କିନ୍ତୁ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି! ଏଠାରେ ସୂଚନାଯୋଗ୍ୟ ଯେ ଫେସବୁକ୍ ଷ୍ଟୋରୀରେ ପୋଷ୍ଟ୍ କରିଥିବା ଓଡ଼ିଶା ବିଜେପିର ସେହି ବରିଷ୍ଠ ନେତା ଜଣଙ୍କର ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ସହିତ ସଂପୃକ୍ତି ଅଭିଯୋଗ ଉଠିଥିଲା ଏବଂ ଅର୍ଦ୍ଧନଗ୍ନ ଫଟୋ ଭାଇରାଲ୍ ହୋଇଥିବା ସଂପୃକ୍ତ ନେତ୍ରୀ ଜଣଙ୍କ ଗତ ପୌର ନିର୍ବାଚନରେ ପାର୍ଥି ହୋଇଥିଲେ।
-/DevD®