Odiapua.com

5T ସଚିବଙ୍କୁ ପାର୍କ ବୁଲିବାକୁ ନିମନ୍ତ୍ରଣ କଲେ ବିଜେପି ନେତ୍ରୀ!

ଭୁବନେଶ୍ୱର: 5T ସଚିବଙ୍କୁ ପାର୍କ ବୁଲିବାକୁ ନିମନ୍ତ୍ରଣ କରିଛନ୍ତି ବିଜେପି ନେତ୍ରୀ! 5T ସଚିବ ଭି. କେ ପାଣ୍ଡିଆନଙ୍କୁ ଭଦ୍ରକ ସ୍ଥିତ ଭଦ୍ରକାଳୀ ପାର୍କ ବୁଲି ଆସିବାକୁ ନିମନ୍ତ୍ରଣ କରିଛନ୍ତି ବିଜେପି ଯୁବାନେତ୍ରୀ ହରପ୍ରିୟା ସାହୁ! ଏଇ କିଛି ଦିନ ତଳେ ନୂତନ ଭାବରେ ନିର୍ମିତ ତଥା “5t- ମୋ ସରକାର” ଦ୍ୱାରା ସୌନ୍ଦର୍ଯ୍ୟକରଣ ହୋଇଥିବା ମା’ ଭଦ୍ରକାଳୀ ପାର୍କ ଭିତର ପୋଖରୀ କଡ଼ ପାଚେରୀ, ମାଟି ଅତଡ଼ା ସହ ଭୁଶୁଡ଼ି ଯାଇଛି। ଏହାକୁ ନେଇ ଉଦବେଗ ପ୍ରକାଶ କରି ହରପ୍ରିୟା କହିଛନ୍ତି, ମା’ ଭଦ୍ରକାଳୀଙ୍କ କୃପାରୁ ଯାହା ହେଉ ସେ ସମୟରେ ସେଠାରେ କେହି ଛୋଟ ଛୁଆ ନଥିଲେ। ନହେଲେ ହୁଏତ ଏକ ବଡ଼ ଅଘଟଣ ଘଟିଯାଇ ଥାଆନ୍ତା। ହରପ୍ରିୟା କହିଛନ୍ତି, ମୋର ପ୍ରଶ୍ନ ଏପରି ନିମ୍ନ କାମ ପାଇଁ କିଏ ଦାୟୀ? କିଏ ଏଥିରୁ କେତେ ପିସି ଖାଇଛି? ମାନ୍ୟବର 5t ସଚିବ ଆସି ଏହାକୁ ଉଡ୍ଗଘାଟନ କରିଥିଲେ। ଏବେ ଆମେ ଭଦ୍ରକବାସୀ ନିମନ୍ତ୍ରଣ କରୁଛୁ ମାନ୍ୟବର 5t ସଚିବ ପୁଣି ଥରେ ଭଦ୍ରକ ତଥା ଏହି ଭଦ୍ରକାଳୀ ପାର୍କ ବୁଲି ଆସନ୍ତୁ, ଆଉ ନିଜ “5t- ମୋ ସରକାର”ର ବିଶ୍ୱସ୍ତରୀୟ କାର୍ଯ୍ୟକଳାପ ଦେଖିଯାଆନ୍ତୁ।

-/DevD®ath