Odiapua.com

ବିଜେପି ନେତା ଏବଂ ପରିବାର ସଦସ୍ୟଙ୍କୁ ଗୁଳିକରି ହତ୍ୟା

କାଶ୍ମୀର/ନୂଆ ଦିଲ୍ଲୀ ୮-୭ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟିର (BJP) ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ତାଙ୍କ ଭାଇଙ୍କୁ ବୁଧବାର ଦିନ ବନ୍ଦିପୋରା ଜିଲ୍ଲାର ମୁସଲିମବାଦ ଅଞ୍ଚଳରେ ରହୁଥିବା ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି କରି ହତ୍ୟା କରିଛନ୍ତି।

ଖବର ଅନୁଯାୟୀ, ବନ୍ଦିପୋରାସ୍ଥିତ ବାସଭବନ ବାହାରେ ବରୀ, ତାଙ୍କ ପିତା ବଶିର ଅହମ୍ମଦ ଏବଂ ଭାଇ ଉମର ବରୀଙ୍କୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ।

ଡାକ୍ତରଖାନାରେ ପହଞ୍ଚିବା ପରେ ତିନିଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।