Odiapua.com

କାଲି କିଛି ବିଶେଷ ହେବକି ରାଜ୍ୟସଭାରେ? ବିଜେପି ସାଂସଦମାନଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରୀ କଲା ଶାସକ ଦଳ

ନୂଆ ଦିଲ୍ଲୀ ୧୦-୨ (ଓଡ଼ିଆ ପୁଅ) ମଙ୍ଗଳବାରଦିନ ବଜେଟ ଅଧିବେଶନର ପ୍ରଥମ ଚରଣର ଅନ୍ତିମ ଦିନ। ଇତି ମଧ୍ୟରେ ଶାସକ ଦଳ ଭାରତୀୟ ଜନତା ପାର୍ଟୀ (BJP) ରାଜ୍ୟସଭାର ସମସ୍ତ ସାଂସଦମାନଙ୍କୁ ହ୍ୱିପ ଜାରୀ କରି ସଦନରେ ଉପସ୍ଥିତ ରହିବାକୁ ଆଦେଶ ଦେଇଛି। ଏହି ହ୍ୱିପ ପରେ ବିଭିନ୍ନ ପ୍ରକାରର ଆଲୋଚନା ଆରମ୍ଭ ହୋଇଗଲାଣି। କ’ଣ ମୋଦୀ ସରାକର କୌଣସି ନୂଆ ବିଲ ସଦନରେ ଆଣିବାକୁ ଯାଉଛନ୍ତି?

ବିଜେପି ସାଂସଦମାନଙ୍କୁ ଜାରୀ କରିଥିବା ପତ୍ରରେ ଲେଖିଛି, ‘ବିଜେପିର ସମସ୍ତ ରାଜ୍ୟସଭା ସାଂସଦମାନଙ୍କୁ ସୂଚିତ କରାଯାଉଛି କି ମଙ୍ଗଳବାରଦିନ ସଦନରେ କିଛି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ଚର୍ଚ୍ଚା ଏବଂ ପାଶ କରାଇବା ପାଇଁ ଅଣାଯିବ।’

ସାଂସଦମାନଙ୍କୁ ଜାରୀ କରାଯାଇଥିବା ହ୍ୱିପରେ ବିଜେପି ସମସ୍ତ ସାଂସଦମାନଙ୍କୁ ସଦନରେ ଉପସ୍ଥିତ ରହିବା ଏବଂ ସରକାରଙ୍କର ନିର୍ଣ୍ଣୟକୁ ସମର୍ଥନ କରିବାକୁ ଆଦେଶ ଦେଇଛି।

ରାଜ୍ୟସଭାରେ କାଲି ଲଞ୍ଚ ସମୟକୁ ମଧ୍ୟ ରଦ୍ଦ କରି ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ମଧ୍ୟ ସଂଧ୍ୟା ଚାରିଟା ସମୟରେ ବଜେଟ ସମ୍ବନ୍ଧିତ କିଛି ପ୍ରଶ୍ନର ଉତ୍ତର ଦେବେ।

ବଜେଟ ଅଧିବେଶନର ପ୍ରଥମ ଚରଣ ୩୧ ଜାନୁଆରୀ ରୁ ୧୧ ଫେବୃଆରି ପର୍ଯ୍ୟନ୍ତ ଥିଲା। ଦ୍ୱିତୀୟ ଚରଣ ଦୁଇ ମାର୍ଚ୍ଚ ରୁ ତିନି ଅପ୍ରିଲ ପର୍ଯ୍ୟନ୍ତ ଚାଲିବ। ବଜେଟ ଅଧିବେଶନ ମଧ୍ୟରେ ପ୍ରାୟତଃ ଏକ ମାସର ଅବକାଶ ରଖା ଯାଇଛି। ଏହି ସମୟରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ସମ୍ବନ୍ଧିତ ସଂସଦୀୟ ସମିତିଗୁଡ଼ିକର ବଜେଟ ଆବଣ୍ଟନ ପ୍ରସ୍ତାବର ପରୀକ୍ଷଣ କରାଯିବ।