Odiapua.com

ଭଦ୍ରକ: ବିଜେପି ଜିଲ୍ଲା ସଭାପତିଙ୍କ ପ୍ରଭାବହୀନ ପଦକ୍ଷେପ ..

ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ ତାଙ୍କ ପ୍ରଭାବହୀନ ପଦକ୍ଷେପ ଯୋଗୁଁ ନିଜର ଗୁରୁତ୍ୱ ହରାଇ ଚାଲିଛନ୍ତି ବୋଲି ଆଲୋଚନା ହେଉଛି। ନିକଟରେ ଭଦ୍ରକ ଜିଲ୍ଲା ଗୋରାମାଟି ପଞ୍ଚାୟତ ଅନ୍ତର୍ଗତ ଚକପୁର ଗ୍ରାମର ପ୍ରହ୍ଲାଦ ରଣା ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସ୍ଥାନୀୟ ସରପଞ୍ଚ ପ୍ରଥମେ ଟଙ୍କା ମାଗିବା ଏବଂ ଟଙ୍କା ମାଗିବା ଅଡିଓ ଭାଇରାଲ ହେବା ପରେ ପ୍ରହ୍ଲାଦ ଏବଂ ତାଙ୍କ ଭାଇଙ୍କୁ ପଞ୍ଚାୟତ ଅଫିସ ଡକାଇ ସେଠାରେ ମାଡ଼ ମାରିବା ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ। ପଞ୍ଚାୟତ ଅଫିସ୍ ଭିତରେ ସରପଞ୍ଚ ବାଡ଼େଇବା ଘଟଣା ପ୍ରତିବାଦରେ ଗୋରାମାଟି ସରପଞ୍ଚଙ୍କୁ ତୁରନ୍ତ ଗିରଫ ଦାବି କରି ସାବରଙ୍ଗ ଥାନାଧିକାରୀଙ୍କୁ ସଦଳବଳେ ଯାଇ ଭେଟିଥିଲେ ହେମନ୍ତ ପାଢ଼ୀ। ଏହାସହ ଅଭିଯୁକ୍ତ ସରପଞ୍ଚ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ୧ ତାରିଖ ଭିତରେ ଗିରଫ କରାନଗଲେ ୨ ତାରିଖରେ ଥାନା ଆଗରେ ପ୍ରତିବାଦ କରିବା ସହ ଧାରଣା ଦେବାକୁ ଚେତାବନୀ ଦେଇଥିଲେ। କିନ୍ତୁ, ଏଣେ ୧ ତାରିଖ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବେଳେ ୨ ତାରିଖରେ ପ୍ରତିବାଦ କିମ୍ବା ଧାରଣା ଦେବେ କ’ଣ? ଏହି ଘଟଣାକୁ ନେଇ ପୁଣି କିଛି ଜଣଙ୍କ ସହ ଯାଇ ଭଦ୍ରକ ଏସପିଙ୍କୁ ଭେଟିଲେ ହେମନ୍ତ ପାଢ଼ୀ। ପୀଡ଼ିତକୁ ଆଇନଗତ ସହାୟତା ଦେବା କିମ୍ବା ପୋଲିସ ପ୍ରଶାସନ ଉପରେ ଚାପ ପକାଇ ପୀଡ଼ିତଙ୍କୁ ନ୍ୟାୟ ଦେବାରେ ବିଫଳ ଏବଂ କେବଳ ଏଠି ନିଜର ଆତ୍ମପ୍ରଚାର ଦିଗକୁ ଦେଖାଯାଉଛି ବୋଲି କୁହାଯାଉଛି। ନିଜ ଦଳ ଭିତରେ ନିଜକୁ କିରାଣୀ ସଦୃଶ୍ୟ ଅନୁଭବ କରୁଥିବା ଜିଲ୍ଲା ସଭାପତି ଏଣେ ଏହିଭଳି ପ୍ରଭାବହୀନ ପଦକ୍ଷେପ ନେଉଥିବା କାରଣରୁ ସେ ନିଜର ଗୁରୁତ୍ୱ ହରାଉଛନ୍ତି ବୋଲି ଆଲୋଚନା ହେଉଛି।
@Dr