Odiapua.com

କଟକରୁ ବିଜେପିର ଲୋକସଭା ପାର୍ଥି ପ୍ରକାଶ ମିଶ୍ର!

ଭୁବନେଶ୍ୱର/କଟକ:କଟକ ଲୋକସଭା ଆସନରୁ ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କୁ ବିଜେପି ପାର୍ଥି କରିପାରେ।ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳୁଛି।ପୂର୍ବରୁ ପ୍ରକାଶ ମିଶ୍ର ବିଜେପିରେ ଯୋଗଦେବା ଏବଂ କଟକରୁ ପାର୍ଥି ହେବା କଥା ଉଠିଥିଲେ ମଧ୍ୟ କଥା ପୁଣି ଥମି ଯାଇଥିଲା।ପରବର୍ତ୍ତୀ ମୁହୂର୍ତ୍ତରେ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ବିଜେପି କଟକ ଲୋକସଭା ଆସନରୁ ପାର୍ଥି କରିପାରେ ବୋଲି ଆଲୋଚନା ହେଉଥିଲା।କିନ୍ତୁ ଏବେ ପ୍ରକାଶ ମିଶ୍ରଙ୍କୁ ବିଜେପି ପାର୍ଥି କରିବା ନିଷ୍ପତି ନେଇ ସାରିଥିବା ସୂଚନା ମିଳୁଛି।ସୂଚନା ମୁତାବକ ପ୍ରକାଶ ମିଶ୍ର ଆଜି କାଲି ଭିତରେ ବିଜେପିରେ ଯୋଗଦେବେ।/ଦେବଦତ୍ତ