Odiapua.com

ମହାରାଷ୍ଟ୍ର ନିର୍ବାଚନ ପାଇଁ ଭାଜପାର କୋର କମିଟି ବୈଠକ

ମୁମ୍ବାଇ: ମହାରଷ୍ଟ୍ରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି କୋର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି।କେନ୍ଦ୍ର ଗୃହମନ୍ତ୍ରୀ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି.ନଡ୍ଡା, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଭାଜପା ରାଷ୍ଟ୍ରୀୟ ମହାସଚିବ ଭୁପେନ୍ଦ୍ର ଯାଦବ ଏବଂ ରାଷ୍ଟ୍ରୀୟ ମହାସଚିବ ତଥା ମହାରାଷ୍ଟ୍ର ପ୍ରଭାରୀ ସରୋଜା ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।ବିଜେପି – ଶିବସେନା ମେଣ୍ଟକୁ ନେଇ ସ୍ଥିତି ଅସ୍ପଷ୍ଟ ବୋଲି କୁହାଯାଉଥିବା ବେଳେ ଆଜିର ଏହି ବୈଠକ ଗୁରୁତ୍ୱ ବହନ କରୁଛି।ସୂଚନାଯୋଗ୍ୟ ଯେ ଆଜିର ବୈଠକକୁ ଅମିତ ଶାହାଙ୍କ ଆସିବା ବାତିଲ ହୋଇଯାଇଥିଲା ବୋଲି ଆଲୋଚନା ହେଉଥିଲା।//ଦେବଦତ୍ତ ରଥ