Odiapua.com

କହିଲେ ଦୁର୍ଯ୍ୟୋଧନ, ଦୁଃଶାସନ ଆଉ ଧୃତରାଷ୍ଟ୍ରଙ୍କ କଥା: ଭୁଲିଗଲେ କାଇଁ ଶ୍ରୀଖଣ୍ଡି କଥା?

ଭୁବନେଶ୍ୱର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର, ଗିରଫ୍ ଏବଂ ଘଟଣାର ସିବିଆଇ ତଦନ୍ତ ଦାବୀରେ କ୍ୟାଣ୍ଡେଲ୍ ଯାତ୍ରା, କୋକେଇ ଯାତ୍ରା, ମହିଳା ସୁରକ୍ଷା ଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ, ବିକ୍ଷୋଭ, ଘେରାଓ, ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ କରୁଛି ବିଜେପି। ଏହି ବିକ୍ଷୋଭ, ପ୍ରଦର୍ଶନ କାର୍ଯ୍ୟକ୍ରମରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦୁର୍ଯ୍ୟୋଧନ, ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଦୁଃଶାସନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧୃତରାଷ୍ଟ୍ର କିମ୍ବା ପ୍ରତାପ ଜେନାଙ୍କୁ ମହିରାବଣ, ଦିବ୍ୟଶଙ୍କର ମିଶ୍ରଙ୍କୁ କୁମ୍ଭକର୍ଣ୍ଣ ଏବଂ ନବୀନଙ୍କୁ ରାବଣ ଭାବରେ ଦର୍ଶାଇ ସେମାନଙ୍କ କୁଶପୁତ୍ତଳିକା ଦାହ କରୁଛି ବିଜେପି।
ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏପରି ଏକ ଫଟୋ ପୋଷ୍ଟର ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରି ଲେଖିଛନ୍ତି, ଓଡ଼ିଶା ଆଜି ଶଙ୍କଟରେ। ପୋଷ୍ଟରଟିରେ ପ୍ରତାପ ଜେନାଙ୍କୁ ଦୁର୍ଯ୍ୟୋଧନ, ଦିବ୍ୟଶଙ୍କର ମିଶ୍ରଙ୍କୁ ଦୁଃଶାସନ ଏବଂ ନବୀନ ପଟ୍ଟନାୟକଙ୍କୁ ଧୃତରାଷ୍ଟ୍ର ଭାବରେ ଦର୍ଶାଇ ଲେଖାଅଛି, “ସମାଜ ପାଇଁ ଦୁର୍ଯ୍ୟୋଧନ ଓ ଦୁଃଶାସନ ଯେତିକି ବିପଦ ଧୃତରାଷ୍ଟ୍ର ମଧ୍ୟ ସେତିକି ବିପଦ”। ତେବେ, ବିଜେପି ଆଉ ଲେଖାଶ୍ରୀ ବୋଧେ ଏଠାରେ ଶ୍ରୀଖଣ୍ଡି କଥା ଭୁଲିଯାଇଛନ୍ତି! ଦିନେ, ଏହି ଲେଖାଶ୍ରୀ ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କୁ ଶ୍ରୀଖଣ୍ଡି ଭାବରେ ଚିତ୍ରିତ କରିଥିଲେ।
ମହାଭାରତରେ ଶିଖଣ୍ଡି ଏକ କିନ୍ନର ଚରିତ୍ର। ଖାଣ୍ଟି ସରଳ ଭାଷାରେ ଶିଖଣ୍ଡି ଜଣେ ନଂପୁସୁକ। ତେଣୁ ଶିଖଣ୍ଡି ସହ କାହାରିକୁ ତୁଳନା କରିବା ଅର୍ଥ ତାଙ୍କୁ ନଂପୁସୁକ ଆଖ୍ୟା ଦେବା। ବିଜେପି ନେତ୍ରୀ ଲେଖାଶ୍ରୀ ତାଙ୍କ ବାପା ବୟସର ବରିଷ୍ଠ ନେତା ଦାମ ରାଉତଙ୍କୁ ଶିଖଣ୍ଡି କହି ନଂପୁସୁକ ଆଖ୍ୟା ଦେଇଥିଲେ। ଯାହାପରେ ଦାମ ରାଉତଙ୍କ ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’ ଟିପ୍ପଣୀ ବିଜେପି ଶିବିରରେ ନିଆଁ ଲଗାଇ ଦେଇଥିଲା। ଏହାପରେ ଦାମ ରାଉତଙ୍କ ଇସ୍ତଫା ଦାବି କରି ବିଜେପି ମହିଳା ମୋର୍ଚ୍ଚା ତୀବ୍ର ଆନ୍ଦୋଳନ କରିଥିଲା। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ସେହି ଶ୍ରୀଖଣ୍ଡି ଆସି ପଦ୍ମ ପୋଖରୀରେ ବୁଡ଼ ପକାଇଲେ। ଦାମ ରାଉତ ବିଜେଡି ଛାଡ଼ି ଆସି ବିଜେପିରେ ଯୋଗଦେଲେ। ଯାହାଙ୍କୁ ମହିଳା ବିରୋଧୀ କହି ତାଙ୍କ ବହିଷ୍କାର ଦାବିକରି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ବିଜେପି ମହିଳା ମୋର୍ଚ୍ଚା ଚିତ୍କାର କରୁଥିଲା, ସେହି ନାରୀ ବିରୋଧୀ ନେତାଙ୍କୁ ଏମାନଙ୍କ ନେତା ଧର୍ମେନ୍ଦ୍ର ପ୍ରଧାନ ଫୁଲତୋଡ଼ା ଦେଇ, ଟୋପି ପିନ୍ଧାଇ ନିଜ ଦଳକୁ କୋଳାଇ ନେଲେ! କେବଳ ସେତିକି ନୁହେଁ, ତାଙ୍କୁ ବିଜେପିର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ କରାଗଲା। ବିଜେପିରୁ ଟିକେଟ୍ ମଧ୍ୟ ଦିଆଗଲା। ଦାମ ଆଉ ଲେଖାଶ୍ରୀ ପ୍ରଚାର ପାଇଁ ଯୋଡ଼ି ହୋଇ ଏକାଠି ବି ବୁଲିଲେ। ପଦ୍ମ ପୋଖରରେ ବୁଡ଼ ପକାଇ ଶ୍ରୀଖଣ୍ଡି ବୋଧେ ପୁରୁଷତ୍ୱ ପ୍ରାପ୍ତ କରିଥିଲେ! ପିଡ଼ିତା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଏହି ନେତ୍ରୀମାନେ କହିପାରିବେ କି, ଏବେ ପୁଣି ତାହାର ପୁନରାବୃତ୍ତି ଘଟିବନି ତ’?
-@DevDrath