Odiapua.com

ଡାର୍ଟି ପଲ୍ଟିକ୍ସ୍: ବିଜେପି ଆଉ କଂଗ୍ରେସ ନେତ୍ରୀ ମିଶି ଚଲାଉଥିଲେ ସେକ୍ସ୍ ରାକେଟ୍; ଜଣେ ଗିରଫ, ଜଣେ ଫେରାର୍

ନୂଆଦିଲ୍ଲୀ: ଏଣେ ଉତ୍ତରପ୍ରଦେଶ ହାଥରସ ଯୁବତୀ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ କଂଗ୍ରେସ ଚିଲାଉଥିବା ବେଳେ ତେଣେ ରାଜସ୍ଥାନ ବାଁରା ନାବାଳିକା ଭଉଣୀ ମାନଙ୍କ ସହିତ ଦୁଷ୍କର୍ମ ଘଟଣାକୁ ନେଇ ଚିଲାଉଛି ବିଜେପି। କିନ୍ତୁ, ଏ’ ଭିତରେ କଂଗ୍ରେସର ଜଣେ ନେତ୍ରୀ ଏବଂ ବିଜେପିର ଜଣେ ନେତ୍ରୀ ମିଳିତ ଭାବରେ ଚଳାଉଥିଲେ ସେକ୍ସ୍ ରାକେଟ୍। ରାଜସ୍ଥାନର ସାୱାଇ ମାଧୋପୁର ଅଞ୍ଚଳରେ ଏପରି ଏକ ଘଟଣା ଧରାପଡ଼ିବା ପରେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକା ଜଣଙ୍କୁ ଜୋର ଜବରଦସ୍ତ ଦେହ ବ୍ୟବସାୟରେ ଲଗାଯାଉ ଥିବାର ଅଭିଯୋଗ ହୋଇଛି। ଏହି ନାବାଳିକା ଜଣଙ୍କୁ ଅନେକ ଲୋକ ଶୋଷଣ କରିଥିବାର ମଧ୍ୟ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କୁ ଉପଭୋଗ କରିବା ପାଇଁ ଦଳର ନେତାମାନଙ୍କ ପାଖକୁ ପଠାଉଥିଲେ ଏହି ନେତ୍ରୀ। ଏଥିରେ ବିଜେପି ମହିଳା ମୋର୍ଚ୍ଚାର ଜଣେ ଜିଲ୍ଲା ସଭାନେତ୍ରୀ ଏବଂ କଂଗ୍ରେସ ସେବା ଦଳର ଜିଲ୍ଲା ସଭାନେତ୍ରୀ ଜଡ଼ିତ ଥିଲେ। ଚଢ଼ାଉ ପରେ କଂଗ୍ରେସ ନେତ୍ରୀ ଜଣଙ୍କ ଫେରାର ହୋଇଯାଇଥିବା ବେଳେ ବିଜେପି ନେତ୍ରୀଙ୍କ ସମେତ କଲେକ୍ଟର ଅଫିସର ଜଣେ ଚପରାଶି, ଜିଲ୍ଲା ଶିଳ୍ପ କେନ୍ଦ୍ରର ଜଣେ କିରାଣୀ ଏବଂ ଜଣେ ଇଲେକ୍ଟ୍ରିସିଆନ ଏହିପରି ୫ ଜଣଙ୍କୁ ଗିରଫ କରାଯାଇଛି।

ପୀଡ଼ିତା ନାବାଳିକାଙ୍କ କହିବାନୁସାରେ, କଂଗ୍ରେସ ଏବଂ ବିଜେପିର ଏହି ଦୁଇ ନେତ୍ରୀ ଅନ୍ୟ କେତେକ ଲୋକଙ୍କ ସମନ୍ୱୟରେ ଏକ ବଡ଼ ଧରଣର ସେକ୍ସ୍ ରାକେଟ୍ ଚଲାଉଥିଲେ। ଏଥିରେ ଅନେକ ଝିଅ ଏବଂ ମହିଳା ଜଡ଼ିତ ଅଛନ୍ତି। ଏହି ସେକ୍ସ୍ ରାକେଟର ଲିଙ୍କ୍ ସାୱାଇ ମାଧୋପୁର ସମେତ ଅନ୍ୟ ବଡ଼ ସହର ସହିତ ସଂଯୁକ୍ତ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦୁଇ ନେତ୍ରୀଙ୍କ ମଧ୍ୟରୁ ଜଣେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପାର୍ଟିରେ ବହୁ ସଂଖ୍ୟାରେ ଚରିତ୍ରହୀନ ଲୋକ ଅଛନ୍ତି। ସେ ସେମାନଙ୍କର ନାମ ଏବଂ କାର୍ଯ୍ୟ ମଧ୍ୟ ଜାଣନ୍ତି। ସମୟ ଆସିଲେ ସେ ତାଙ୍କ ନାମ ମଧ୍ୟ ପ୍ରକାଶ କରିବେ ବୋଲି ସେ ଦାବି କରିଛନ୍ତି। /-@DevDr