Odiapua.com

ବିଜେଡିର ପାଟକୁରା ବିଜୟ

ପାଟକୁରା,୨୪ ।୭ (ଓଡିଆ ପୁଅ/ପଙ୍କଜିନୀ ନାୟକ) : ପାଟକୁରା ବିଧାନସଭା ନିର୍ବାଚନର ୧୮ ରାଉଣ୍ଡ ଭୋଟ୍ ଗଣତି ଶେଷ ହୋଇଛି। ଆଉ ପାଟକୁରାରେ ପୁଣି ଶୁଭିଛି ଶଙ୍ଖ ନାଦ।

୧୮ ରାଉଣ୍ଡ ସୁଦ୍ଧା ୧୭,୬୫୫ ଭୋଟରେ ବିଜୟର ମୁକୁଟ ପିନ୍ଧିଛି ବିଜେଡି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୯୫,୧୬୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୭୭,୫୦୭ ଖଣ୍ଡ ଭୋଟ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୨୦୯୦ ଖଣ୍ଡ ଭୋଟ୍ ମିଳିଛି।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।