Odiapua.com

ବିଜେଡି ଯୁବ ଏବଂ ଛାତ୍ର ସଙ୍ଗଠନ ସଭାପତି ଘୋଷିତ: ବ୍ୟମୋକେଶଙ୍କୁ ଯୁବ; ଦେବୀ ରଞ୍ଜନଙ୍କୁ ଛାତ୍ର ଦାୟିତ୍ୱ

ଭୁବନେଶ୍ୱର: ବିଜୁ ଜନତା ଦଳର ଯୁବ ଏବଂ ଛାତ୍ର ସଙ୍ଗଠନ ସଭାପତି ଘୋଷଣା କରାଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାୟକ ଡଃ ବ୍ୟମୋକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ କଟକ ଜିଲ୍ଲା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଦାୟିତ୍ୱ ଦିଆଯାଇଥିବା ବିଜେଡି ମିଡିଆ ସେଲ୍ ପ୍ରମୁଖ ମାନସ ମଙ୍ଗରାଜ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଉଭୟ ଯୁବ ଏବଂ ଛାତ୍ର ସଙ୍ଗଠନର ଅନ୍ୟାନ୍ୟ ଦାୟିତ୍ୱ ସବୁ ପୂର୍ବରୁ ଘୋଷଣା ସରିଛି। /- ଦେବଦତ୍ତ ରଥ